fbpx

କଙ୍ଗନା ରଣାୱତଙ୍କ ବଡିଗାର୍ଡ ବିରୋଧରେ ବଳାତ୍କାର ଏବଂ ଠକେଇ ମାମଲା ରୁଜୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଡିଗାର୍ଡ କୁମାର ହେଗଡେଙ୍କ ବିରୋଧରେ ଜଣେ ବିଉଟିସିଆନ ବଳାତ୍କାର, ଠକାମୀ ଏବଂ ଅପ୍ରାକୃତିକ ସେକ୍ସ ଭଳି ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କଙ୍ଗନା ରଣାୱତଙ୍କ ବ୍ୟକ୍ତିଗତ ବଡିଗାର୍ଡ କୁମାର ହେଗଡେଙ୍କ ଉପରେ ମୁମ୍ବାଇ ପୋଲିସର ଡିଏନ ନଗର ପୋଲିସ ଷ୍ଟେସନରେ ଆଇପିସି ଧାରା ୩୭୬ ଏବଂ ୩୭୭ରେ ମାମଲା ଦାୟର ହୋଇଛି ।

ପିଡୀତା ନିଜ ଏତଲାରେ କୁମାର ହେଗଡେଙ୍କ ବିରୋଧରେ ଠକାମୀ ଏବଂ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ମାମଲାର ଆରୋପ ଲଗାଇଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ପିଡୀତା କହିଛନ୍ତି ସେ ଅଭିଯୁକ୍ତ କୁମାର ହେଗଡେଙ୍କୁ ୮ ବର୍ଷ ଧରି ଜାଣିଥିଲେ  ଏବଂ ଗତବର୍ଷ ଜୁନ ରେ କୁମାର ହେଗଡେ ତାଙ୍କୁ ବାହା ହେବା ପାଇଁ କହିଥିଲେ ଏହା ପରଠାରୁ ଦୁଇଜଣ ଲିଭ ଇନ ରିଲେସନରେ ରହୁଥିଲେ । ପିଡୀତା ଅଭିଯୋଗ କରିଛନ୍ତି କି କୁମାର ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ । କୁମାର ହେଗଡେ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଉଥିଲେ ଏବଂ ଅପ୍ରାକୃତିକ ସମ୍ବନ୍ଧ ରଖୁଥିଲେ । ପିଡୀତା କହିଛନ୍ତି ହେଗଡେ ତାଙ୍କୁ ୨୭ ଏପ୍ରିଲରେ ଫୋନ କରିଥିଲେ ଏବଂ ଟଙ୍କା ମାଗିଥିଲେ ଓ ସେ କୁମାର ହେଗଡେଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ କର୍ଣ୍ଣାଟକ ପହଞ୍ଚିବା ପରେ ସେ ନିଜର ଫୋନ ସ୍ୱିଚ ଅଫ କରିଦେଇଥିଲେ । କୁମାର ହେଗଡେଙ୍କ ମା ଫୋନରେ କହିଥିଲେ ଯେ ସେମାନେ ଉଭୟ ଅନ୍ୟଜାତିର ହୋଇଥିବାରୁ ସେ ସେମାନଙ୍କ ବିବାହକୁ ବିରୋଧ କରୁଛନ୍ତି ।  ମହିଳା ଅଭିଯୋଗ କରିଛନ୍ତି ଯେ କୁମାର ହେଗଡେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ଜୁନ୍ ୫ ରେ ବିବାହ କରୁଛନ୍ତି।

ପୀଡିତାଙ୍କ ବନ୍ଧୁ ଦିବ୍ୟା କୁମାର ହେଗଡେଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି। ଦିବ୍ୟା କହିଛନ୍ତି ଯେ କୁମାର ହେଗଡେ ତାଙ୍କ ବନ୍ଧୁଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ସେକ୍ସ ପୂର୍ବରୁ ସେ ଡ୍ରଗ୍ସ କରୁଥିଲେ ଏବଂ ପରେ ସେକ୍ସ ସମୟରେ କୁମାର ତାଙ୍କୁ ଅତ୍ୟଧିକ ଆକ୍ରମଣାତ୍ମକ ବ୍ୟବହାର କରୁଥିଲେ। ଦିବ୍ୟା କହିଛନ୍ତି, ମୋର ବନ୍ଧୁ କୁମାର ହେଗଡେଙ୍କ ବିରୋଧରେ ପୋଲିସ ଅଭିଯୋଗ କରିବା ପରିବର୍ତ୍ତେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ।

ଦିବ୍ୟା  ତାଙ୍କ ପିଡୀତ ବନ୍ଧୁଙ୍କ ଉଦେଶ୍ୟରେ କହିଛନ୍ତି “କୁମାର ହେଗଡେ ପୁଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। କୁମାର ହେଗଡେ ମୋ ବନ୍ଧୁଙ୍କୁ ଥରେ କିମ୍ବା ଦୁଇଥର ଏପରି କଥା କହିଥିଲେ, ହେଲେ ସେ ଏହାକୁ ଥଟ୍ଟା ବୋଲି ଭାବିଥଲେ” ପରେ ସେ ଅନ୍ୟମାନଙ୍କଠାରୁ ଜାଣିବାକୁ ମଧ୍ୟ ପାଇଥିଲେ । ଦିବ୍ୟା କହିଛନ୍ତି କୁମାର କଙ୍ଗନାଙ୍କ ବଡିଗାର୍ଡ ହେବାର ଫାଇଦା ଉଠାଇଥିଲେ ଏବଂ ଅନେକ ନିରୀହ ଝିଅଙ୍କ ସହ ଏଭଳି କରିଛନ୍ତି ।

Get real time updates directly on you device, subscribe now.