fbpx
BJD SKY
BJD SKY

୨୪ ଘଣ୍ଟାରେ ସମାଧାନ କର: ଓଡିଶା ଅଭିଭାବକ ମହାସଂଘ

ମାଟ୍ରିକ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ହୋଇପାରିନାହଁ ମାଟ୍ରିକ୍ ପରୀକ୍ଷା । ବୋର୍ଡ ତରଫରୁ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି । ସେପଟେ ମାଟ୍ରିକ୍ ରେଜଲ୍ଟରେ ତ୍ରୁଟି ଥିବା ନେଇ ରାଜ୍ୟର ବିଭିନ୍ନ ସ୍କୁଲର ଶହ ଶହ ଛାତ୍ରଛାତ୍ରୀ ଅଭିଯୋଗ କରିବା ସହ ମାର୍କ ବୃଦ୍ଧି କରିବା ପାଇଁ ଆନ୍ଦୋଳନ କରିଛନ୍ତି ।

ବୋର୍ଡ ତରଫରୁ କୁହାଯାଇଛି ମୂଲ୍ୟାୟନ କୌଣସି ତ୍ରୁଟି ହୋଇନାହିଁ । ବୋର୍ଡ ତରଫରୁ କୁହାଯାଇଛି ଉଭୟ ନବମ ଏବଂ ଦଶମ ଶ୍ରେଣୀରେ ପୂର୍ବରୁ ହୋଇଥିବା ପରୀକ୍ଷା ନମ୍ବର ଆଧାରରେ ହିଁ ମାର୍କ ଦିଆଯାଇଛି ।

ସେପଟେ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି ସମସ୍ୟାର ସମାଧାନ କରିବା ପାଇଁ ତୁରନ୍ତ ଏକ ଅଭିଯୋଗ ପ୍ରକୋଷ୍ଠ ସେଲ ଗଠନ କରିବା ସହ ଦୁଇଟି ଟୋଲ ଫ୍ରି ନମ୍ବର ଓ ଏକ ମେଲ ଆଇଡି ଜାରି କରାଯାଉ, ଯେଉଁମାନେ ଏଥିରେ ଅଭିଯୋଗ କରିବେ ତାଙ୍କର ମାର୍କ ତ୍ରୁଟି ସମସ୍ୟା ୨୪ ଘଣ୍ଟା ଭିତରେ ସମାଧାନ କରିବା ପାଇଁ ମହାସଂଘ ଦାବି କରିଛି ।

Get real time updates directly on you device, subscribe now.