fbpx
BJD SKY
BJD SKY

କେତେ ଟଙ୍କା ଆୟକର ଦିଅନ୍ତି ରାଷ୍ଟ୍ରପତି, ଜାଣିବା ପାଇଁ ପଢନ୍ତୁ ପୂରା ଖବର

BJD

ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବେତନକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଭାରତୀୟ ରାଷ୍ଟ୍ରପତିଙ୍କ ବେତନ ୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଅଧାରୁ ଅଧିକ ପଇସା ଆୟକର ଭାବରେ କଟି ଯାଇଥାଏ । ଉତ୍ତର ପ୍ରଦେଶ ଗସ୍ତ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜେ ଏହି ତଥ୍ୟ ଶେୟାର କରିଛନ୍ତି । ତାଙ୍କ ବେତନରୁ ପ୍ରାୟ ୨.୭୫ ଲକ୍ଷ ଟଙ୍କା ଆୟକର ଭାବରେ ରାଜକୋଷକୁ ଯାଇଥାଏ ବୋଲି କୋବିନ୍ଦ କହିଛନ୍ତି । ସେ ଅନ୍ୟମାନଙ୍କ ଭଳି ପ୍ରଥମେ ଦେଶର ନାଗରିକ ଏବଂ ପରେ ପ୍ରଥମ ନାଗରିକ ବୋଲି କହିବା ସହିତ ଆୟକର ଦାଖଲ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି । ସୋମବାର କୋବିନ୍ଦ ଚାରବାଘରୁ ୯୦ ମିନିଟର ଟ୍ରେନ୍ ଯାତ୍ରା କରି ଲକ୍ଷେ୍ନøରେ ପହଞ୍ଚିଥିଲେ ।

ଲକ୍ଷେ୍ନøରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋବିନ୍ଦ ଦମ୍ପତ୍ତିଙ୍କୁ ସ୍ୱାଗତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୨୫ ତାରିଖରେ ଉତ୍ତର ପ୍ରଦେଶ ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ଆୟକର ପ୍ରଦାନ ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି କୋବିନ୍ଦ । କୋବିନ୍ଦ କହିଛନ୍ତି ଆମର ଆୟକର ଅର୍ଥ ଭାରତର ବିକାଶ ପାଇଁ ଖର୍ଚ୍ଚ ହୋଇଥାଏ । ତେଣୁ ଆମେ ଆୟକର ନଦେଲେ ଭାରତ ପଛ୍ରୁଆ ରାଷ୍ଟ୍ର ଭାବରେ ରହିବ ତେଣୁ ସମସ୍ତେ ଆୟକର ପ୍ରଦାନ କରିବା ଉଚିତ୍ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.