fbpx

ପୁରୀରେ ସେବାୟତଙ୍କୁ ବିଭତ୍ସ ହତ୍ୟା, ପୂର୍ବ ଶତ୍ରୁତାରୁ ଫାୟାରିଂ!

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଗୁଳିମାଡ଼ରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି । ସୁଆର ମହାସୁଆର ନିଯୋଗର ସାଧାରଣ ସମ୍ପାଦକ ଥିଲେ କୃଷ୍ଣଚନ୍ଦ୍ର । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ବି ଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ ।

ସୂଚନା ଅନୁସାରେ, ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିଲେ । ବାରବାଟୀ ଜାଗା ପରିସରରେ ଗୁଳିମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି ପୁରୀ ମେଡିକାଲ ଡାକ୍ତର । ପୂର୍ବ ଶତ୍ରୁତାରୁ ଫାୟାରିଂ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଗୁଳିକାଣ୍ଡର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ ସେ ଟାର୍ଗେଟରେ ଥିଲେ । ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

Get real time updates directly on you device, subscribe now.