fbpx

ବିଧାନସଭାରେ ୭ଟି ବିଲ୍ ଉପସ୍ଥାପିତ

ଭୁବନେଶ୍ୱର,୨୯ ।୯(ଓଡିଶା ଭାସ୍କର): କରୋନା କଟକଣା ମଧ୍ୟରେ ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହୋଇଛି ୭ଟି ବିଲ୍ । ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଛି । କିନ୍ତୁ ବିଲ ଉପସ୍ଥାପନକୁ କଂଗ୍ରେସ ବିଧାୟକ ଦଳର ନେତାମାନେ ବିରୋଧ କରିଛନ୍ତି । କରୋନା ବେଳେ ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ କହିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ, ‘ସୀମିତ ଭାବେ କାହିଁକି ବିଲ୍ ପାରିତ କରିବାକୁ ଚାହିଁଛନ୍ତି? ବିଲ ଆଣିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ।’ ବିଲ ପାରିତ ବେଳେ ଡିଭିଜନ ହେଉ ବୋଲି ନରସିଂହ ଦାବି କରିଛନ୍ତି ।

Get real time updates directly on you device, subscribe now.