fbpx

ନୂଆ ଗାଡ଼ି କିଣିବା ପାଇଁ ଲାଇନରେ ରହିଛନ୍ତି ୭ ଲକ୍ଷ ଲୋକ, କିନ୍ତୁ ଡେଲିଭରି ହୋଇପାରୁନି: କାରଣ ହେଉଛି ଏହି ସାମଗ୍ରୀର ଘୋର ସଙ୍କଟ

ନୂଆଦିଲ୍ଲୀ: ଯଦି ଆପଣ ନୂଆ ଗାଡ଼ି କିଣିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କୁ ଏକଥା ନିହାତି ଜାଣିବା ଦରକାର ଯେ ୱେଟିଂ ଲିଷ୍ଟରେ କେତେ ଲୋକ ରହିଛନ୍ତି । ବର୍ତ୍ତମାନ ଦେଶର ୭ ଲକ୍ଷ ଲୋକ ନୂଆ ଗାଡ଼ି କିଣିବା ପାଇଁ ଲାଇନରେ ରହିଛନ୍ତି, ତଥାପି ସେମାନଙ୍କର ଡେଲିଭରି ହୋଇପାରୁନି । ଗ୍ରାହକମାନେ ଏହି ଗାଡ଼ି କିଣିବାକୁ ବହୁ ପୂର୍ବରୁ ବୁକିଂ କରିଥିଲେ ହେଁ ସେମାନଙ୍କୁ କମ୍ପାନୀ ଗାଡ଼ି ଡେଲିଭରି କରିପାରୁନି । କେବଳ ଗୋଟିଏ ଜିନିଷର ଅଭାବ ହେତୁ ବର୍ତ୍ତମାନ ଏହା ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଜଣାପଡ଼ିଛି ଯେ, ମାରୁତିର ଅଢ଼େଇ ଲକ୍ଷ, ଟାଟା ମୋଟର୍ସ ଓ ମହିନ୍ଦ୍ରାର ଏକ ଲକ୍ଷ ଲେଖାଏଁ, କିଆ ମୋଟର୍ସର ୭୫ ହଜାର ଗ୍ରାହକ ୱେଟିଂ ଲିଷ୍ଟରେ ରହିଛନ୍ତି । ଲୋକ ଅଧିକ ଦାମ୍ ଦେଇ ଗାଡ଼ି କିଣିବାକୁ ଇଚ୍ଛୁକ ଥିଲେ ହେଁ କମ୍ପାନୀ ପାଖରେ କୌଣସି ରାସ୍ତା ନାହିଁ । ଏହାର ମୁଖ୍ୟ କାରଣ ହେଉଛି ସେମିକଣ୍ଡକ୍ଟର ଚିପର ଘୋର ଅଭାବ । ଏହି ଚିପର ସାଇଜ୍ ଦିଆସିଲି ଖୋଳଠାରୁ ଛୋଟ ହେଲେ ହେଁ ଏହା ସମଗ୍ର ବିଶ୍ୱର ୧୭୦ଟି ଇଣ୍ଡ୍ରଷ୍ଟ୍ରିକୁ ଦୋହଲାଇ ଦେଇଛି । ଏହା ଫଳରେ ଅଟୋମୋବାଇଲ ସେକ୍ଟର ଅଧିକ ମାତ୍ରାରେ ପ୍ରଭାବିତ ହେବା ସହ ୧୫୦ ଲକ୍ଷ କୋଟିର କ୍ଷତି ସହିଛି । ଚିପ୍ ଅଭାବରେ କ’ଣ କ୍ଷତି କ୍ଷତି ଘଟୁଛି, ଏଥିରୁ ଜଣେ ସହଜରେ ଅନୁମାନ କରିପାରିବ ।

ଆଜିକାଲି ସାରା ଦୁନିଆରେ ଯେତେ ସବୁ ଗାଡ଼ି ତିଆରି ହେଉଛି ତା’ର ପାୱାର ଷ୍ଟିଅରିଂ, ବ୍ରେକ ସେନସର, ଏଣ୍ଟରଟେନମେଣ୍ଟ ସିଷ୍ଟମ, ଏୟାର ବ୍ୟାଗ, ପାର୍କିଂ କ୍ୟାମେରା ଆଦିରେ ସେମିକଣ୍ଡକ୍ଟର ଚିପ ବ୍ୟବହୃତ ହୋଇଥାଏ । ଗୋଟିଏ ଗାଡ଼ିରେ ହଜାର ହଜାର ସେମିକଣ୍ଡକ୍ଟର ଚିପ୍ ଲାଗିଥା, । ଏହି ଚିପ୍ କମ୍ପ୍ୟୁଟର ପ୍ରୋଗ୍ରାମିଂ ଉପରେ ଆଧାରିତ ହୋଇଥାଏ, ଯାହାକି ଗାଡ଼ିର ଡାଟାକୁ ପ୍ରୋସେସ୍ କରିଥାଏ । ବିନା ଚିପରେ ଆଧୁନିକ ଯୁଗରେ ଗାଡ଼ି ନିର୍ମାଣ କରିବା ପ୍ରାୟତଃ ଅସମ୍ଭବ । ଚିପ୍ ସଙ୍କଟ କାରଣରୁ ମୋବାଇଲ ଫୋନ, ଲାପଟପ, ଟିଭି ଓ ଅନ୍ୟ ଘରୋଇ ଉପକରଣରେ ଚିପ୍ ଲାଗିଥାଏ । ଚିପ ଅଭାବ କାରଣରୁ ଚଳିତବର୍ଷ ଆଇଫୋନ ୧୩ର ଉତ୍ପାଦନ ଲକ୍ଷ ୯ କୋଟିରୁ ୮ କୋଟିକୁ ହ୍ରାସ ପାଇଛି । ତେବେ କମ୍ପାନୀମାନେ ନିଜର ଚିପ୍ ଉତ୍ପାଦନ ବୃଦ୍ଧି କରିଥିବା ବେଳେ ଏହି ସଙ୍କଟ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.