fbpx

୧୮ରେ ବାଲେଶ୍ୱରରେ କ୍ରୀଡ଼ା ଭିତିଭୂମିର ଶିଳାନ୍ୟାସ କରିବେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଚଳିତ ମାସ ୧୮ ତାରିଖରେ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ମନ୍ତ୍ରୀ ବିଭିନ୍ନ କ୍ରୀଡ଼ା ଭିତିଭୂମି ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ରେମୁଣା ବ୍ଲକ ବରୁଣସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୂପବାଲି ଖେଳ ପଡିଆରେ ମିନି ଷ୍ଟାଡିୟମର ଶିଳାନ୍ୟାସ କରିବେ । ପରେ ମନ୍ତ୍ରୀ ନୀଳଗିରି ରୋଡ ନୋଡାଲ ହାଇସ୍କୁଲର ୫-‘ଟି’ ରୂପାନ୍ତରଣ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ମନ୍ତ୍ରୀ ଠାକୁରପଦା ଖେଳ ପଡିଆ ପରିଦର୍ଶନ କରିବା ସହ ଗଣ୍ଡରଦା ଗ୍ରାମପଂଚାୟତଠାରେ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବେ । ଚଷାଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘାଯତୀନ ପାର୍କର ନବୀକରଣ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମନ୍ତ୍ରୀ କ୍ଷୀରଚୋରା ଗୋପୀନାଥ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀଙ୍କ ଏହି ଗସ୍ତ ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସକୁ ନେଇ ସମଗ୍ର ଜିଲ୍ଲା, ରେମୁଣା ବ୍ଲକ ତଥା ବରୁଣସିଂ ଗ୍ରାମପଞ୍ଚାୟତରେ ଆନନ୍ଦର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.