fbpx

ରୋଗୀଙ୍କ କିଡନୀରୁ ବାହାରିଲା ଏକାବେଳକେ ୧୫୬ଟି ଷ୍ଟୋନ୍, ଜାଣନ୍ତୁ କଣ ରହିଛି ପୂରା ମାମଲା

ହାଇଦ୍ରାବାଦ୍: ଜଣେ ରୋଗୀଙ୍କ କିଡନୀରୁ ବାହାରିଲା ରେକର୍ଡ ୧୫୬ଟି ଷ୍ଟୋନ୍ । ଏହାକୁ ଦେଖି ହସ୍ପିଟାଲରେ ଖୋଦ୍ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଇନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ୍ ର ଏକ ହସ୍ପିଟାଲରେ । ଏଠାରେ ଜଣେ ୫୦ ବର୍ଷିୟ ରେଗୀଙ୍କ କିଡନୀରୁ ଏତେ ସଂଖ୍ୟକ ଷ୍ଟୋନ୍ ବାହାର କରାଯାଇଛି । ଡାକ୍ତର ମାନେ ଏସବୁକୁ ବାହାର କରିବା ପାଇଁ ବଡ଼ ବଡ଼ ସର୍ଜରୀ ବଦଳରେ ଲେପରୋସ୍କୋପୀ ଓ ଏଣ୍ଡୋସ୍କୋପୀର ବ୍ୟବହାର କରିଥିଲେ । ଦେଶରେ ଏହି ପ୍ରକ୍ରିୟାରେ କୌଣସି ରୋଗୀଙ୍କ ଶରୀରରୁ ଏତେ ସଂଖ୍ୟକ ପଥର ବାହାର କରାଯିବା ମାମଲା ପ୍ରଥମ । ଏହି ପ୍ରକ୍ରିୟା ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା ।

ସୂଚନା ଅନୁସାରେ, ଏହି ରୋଗୀଙ୍କ ନାମ ହେଉଛି ବସୱରାଜ ମଦୱଲାର୍, ଯିଏକି ପେଶାରେ ଜଣେ ଶିକ୍ଷକ । ତାଙ୍କ ପେଟରେ ହଠାତ୍ ଖୁବ୍ ଜୋରରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଯାଞ୍ଚରୁ ଜଣାପଡ଼ିଲା ଯେ, ତାଙ୍କ କିଡନୀରେ ଅନେକ ସଂଖ୍ୟାରେ ଷ୍ଟୋନ୍ ରହିଛି । ସେ ପ୍ରୀତି ୟୁରୋଲୋଜି ଏବଂ କିଡନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବାପେକ୍ଷା ଭଲ ରହିଛି । ଅପରେସନ୍ ଖୁବ୍ ଜଟିଳ ଥିବା କହିଛନ୍ତି ଡାକ୍ତର ।

ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ତଥା ୟୁରୋଲୋଜିଷ୍ଟ ଡକ୍ଟର ଭି ଚନ୍ଦ୍ରମୋହନ କହିଛନ୍ତି ଯେ ଆମକୁ ଲାଗୁଛି ଯେ, ଏହି ପଥର ଗୁଡ଼ିକ ଦୁଇ ବର୍ଷ ଧରି ରୋଗୀର ଶରୀରରେ ସୃଷ୍ଟି ହେଉଥିଲା କିନ୍ତୁ ସେ କୌଣସି ଲକ୍ଷଣ ଅନୁଭବ କରିନଥିଲେ। ହଠାତ୍ ଯନ୍ତ୍ରଣା ପରେ, ଯେତେବେଳେ ସେ ଯାଞ୍ଚ କରାଇଥିଲେ ସେତେବେଳେ ଏହି ଅବସ୍ଥା ସାମନାକୁ ଆସିଥିଲା । ଆମେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥାକୁ ପରଖି ବଡ଼ ବଡ଼ ଅସ୍ତ୍ରୋପଚାର ପରିବର୍ତ୍ତେ ଲାପାରୋସ୍କୋପି ଏବଂ ଏଣ୍ଡୋସ୍କୋପି ବ୍ୟବହାର କରିବାକୁ ସ୍ଥିର କଲୁ ।

Get real time updates directly on you device, subscribe now.