fbpx

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢ଼ିବ ଦରମା, ୩% ବୃଦ୍ଧି ପାଇପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭ ହେବା ସହିତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରନ୍ତି କେନ୍ଦ୍ର ସରକାର । ବାସ୍ତବରେ, ସରକାର ସପ୍ତମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏହି ବୃଦ୍ଧି ସହିତ ସରକାରୀ କର୍ମଚାରୀଙ୍କ ଦରମା ୨୦,୦୦୦ ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ପାଇପାରେ । କର୍ମଚାରୀମାନେ ୧୮ ମାସର ବିଚାରାଧୀନ ବା ଅଟକି ରହିଥିବା ଡିଏ ବକେୟା ପାଇଁ ମଧ୍ୟ ଅପେକ୍ଷା କରିଛନ୍ତି ।

ଅକ୍ଟୋବରରେ ୩ ପ୍ରତିଶତ ଏବଂ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପରେ ଡିଏ ହାର ୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ କର୍ମଚାରୀଙ୍କ ମୋଟ ବେତନର ମହଙ୍ଗା ଭତ୍ତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜାନୁଆରୀ- ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ ରେ ସାମୟିକ ଭାବରେ ଡିଏକୁ ବନ୍ଦ କରିବା ପରେ, ସରକାର ଜୁଲାଇ ୨୦୨୧ ରେ ପ୍ରଥମ ଥର ପାଇଁ ଡିଏ ବୃଦ୍ଧି କରିଥିଲେ । ମହଙ୍ଗା ଭତ୍ତା ସରକାରୀ କର୍ମଚାରୀମାନଙ୍କୁ ଜୀବନଧାରଣର ମାନ ବଜାୟ ରଖିବା ଏବଂ ଦରଦାମ୍ ବୃଦ୍ଧିର ମୁକାବିଲା କରିବାରେ ସାହାଯ୍ୟ କରେ । ଅର୍ଥନୀତିର ମୁଦ୍ରାସ୍ଫୀତିକୁ ସୁଧାରିବା ପାଇଁ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ ।

Get real time updates directly on you device, subscribe now.