fbpx

ଗୋଟେ ଝିଅକୁ ତୁମେ ଯେବେ ଚାହିଁବ ବ୍ୟବହାର କରିବ, ଯେବେ ଇଚ୍ଛାହେବ ରାସ୍ତାକଡ଼କୁ ଫୋପାଡ଼ି ଦେବ: ତପସ୍ୱିନୀ ଆଉ କ’ଣ କହିଲେ ଭିଡିଓ ଦେଖନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ କିଛିଦିନ ଧରି ନିରବ ରହିଥିବା ସୁମିତ ଅଡିଓ କଲ୍ ରିଜିଜ କରିବା ପରେ ତାହା ନିଆଁରେ ଘିଅ ଢାଳିବା ପରି ହୋଇଛି । ପୂର୍ବରୁ ଗତ ୧୦ ତାରିଖଠାରୁ ସୁମିତ ଫେରାର ହେବା ପରଠାରୁ ତପସ୍ୱିନୀ ବିଷୋଦଗାର କରିଆସୁଥିଲେ । ତେବେ ଆଜି ଦୁହିଁଙ୍କର ଶୁଣାଣି ଏସଡିଜେଏମ କୋର୍ଟରେ ରହିଥିବା ବେଳେ ସୁମିତଙ୍କ ଅଚାନକ ଆବିର୍ଭାବ ମାମଲାକୁ ଆହୁରି ସଙ୍ଗୀନ କରିଦେଇଛି ।

ସୁମିତ କହିଥିଲେ ଯେ, ତପସ୍ୱିନୀ ଜାଣିଶୁଣି ତାଙ୍କୁ ଓ ତାଙ୍କ ପରିବାରକୁ ଅଯଥାରେ ବଦନାମ କରୁଛନ୍ତି । ଏହାର ଜବାବ ଦେବାକୁ ଯାଇ ତପସ୍ୱିନୀ କହିଛନ୍ତି ଯେ, କିଏ କ’ଣ କରୁଛି ତାହା ସମାଜ ଜାଣିଛି । ଯଦି ସୁମିତଙ୍କର ଦେହ ଖରାପ ଥିଲା, ସେ ମୋତେ ନ ଜଣାଇ ଏତେଦିନ ଧରି କାହିଁକି ନିଖୋଜ ରହିଥିଲେ । କୋର୍ଟଙ୍କ ଆଦେଶକୁ ଅବମାନନା କରୁଥିଲେ କାହିଁକି? ମୁଁ ଗୋଟିଏ ଝିଅ, ଥରେ ବିବାହ କରିବା ପରେ ମୋ ଜୀବନ ନଷ୍ଟ ହୋଇଗଲା । ସୁମିତଙ୍କର ଆଜି ଦରମା ବନ୍ଦ ହୋଇଛି, କାଲି ତାହା ଠିକ୍ ହୋଇଯିବ । କାଲି ସେ ଚାହିଁଲେ ଆଉ କୋଉ ଝିଅକୁ ବାହା ହୋଇପାରିବେ । କିନ୍ତୁ ମୋ ସହିତ ଏମିତି ଖେଳିବା କ’ଣ ଦରକାର ଥିଲା? ମୁଁ କ’ଣ ଗୋଟେ ବାସି ପାଉଁରୁଟି ମୋତେ ଫୋପାଡ଼ିଦେବ । ଝିଅମାନେ କ’ଣ ଖେଳନା, ତୁମର ଯାହା ଇଚ୍ଛା ହେବ ତାହା କରିବ, ମନ ଭରିଗଲା ପରେ ରାସ୍ତାକଡ଼କୁ ଫୋପାଡ଼ିଦେବ । ମୁଁ ବାଇଟ ନେବାକୁ କୋଉ ମିଡ଼ିଆକୁ ଡାକିନାହିଁ । ଯଦି ମୁଁ ସୁମିତଙ୍କୁ ବଦନାମ କରୁଛି, ତେବେ ମିଡ଼ିଆ ମୋ ପାଖକୁ ଆସନ୍ତୁ ନାହିଁ ।

Get real time updates directly on you device, subscribe now.