Breaking: ଖରାପ ହୋଇଯାଇଛି ସହରର ଏକାଧିକ ATM, ମେସିନରୁ ବାହାରୁନି ଟଙ୍କା
ଟଙ୍କା ଉଠାଣରେ ହେଉଛି ଅସୁବିଧା। କାମ କରୁନି ATM। ଏକାଧିକ ATM ଏକାଥରେ ହୋଇଗଲା ଅଚଳ।
କଟକ: ଆପଣ ATM କୁ ଟଙ୍କା ଉଠାଇବାକୁ ଯାଉଛନ୍ତି କି। ପ୍ରଥମେ ଚେକ୍ କରିନିଅନ୍ତୁ ATM କାମ କରୁଛି କି ନାହିଁ। କାରଣ ଆଜି ସକାଳୁ ଅନେକ ATM କାମ କରୁନି। କି ଟଙ୍କା ବି ବାହାରୁନି । ବିଶେଷ କରି SBI ATM।
ହଁ ସକାଳୁ ସକାଳୁ ଟଙ୍କା ଉଠାଇବାକୁ ହଇରାଣ ହେଉଛନ୍ତି ଲୋକେ। ଅଚଳ ହୋଇଯାଇଛି ଏକାଧିକ SBI ATM। ସହରର ବିଭିନ୍ନ ସ୍ଥାନରେ ଏକାଧିକ ATM ବନ୍ଦ ପଡିଛି। ଯାହା ପାଇଁ ଲୋକମାନଙ୍କୁ ଟଙ୍କା ଉଠାଣରେ ଅସୁବିଧା ହେଉଛି।
ହେଲେ ସବୁ ଜାଗାରେ ନୁହେଁ। କେବଳ କଟକରେ ଥିବା ଏକାଧିକ SBI ATM ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି। ଟଙ୍କା ଉଠାଇବାକୁ ଗଲେ ମେସିନରୁ ଟଙ୍କା ବାହାରୁନି। ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଟକ ବାସିନ୍ଦା। ଏଟିଏମ୍ ଅବ୍ୟବସ୍ଥା ପାଇଁ ଏପରି ପରିସ୍ଥିତି ହୋଇଛି ବୋଲି କୁହାଯାଉଛି।