fbpx

ଖରାପ ଆଇକ୍ୟୁ ପାଇଁ ଉତ୍ତର ଭାରତରେ ପ୍ରବଳଶୀତ ଓ ଦକ୍ଷିଣ ଭାରତରେ ବର୍ଷା ବିପଦ

ନୂଆଦିଲ୍ଲୀ: ଦିଲ୍ଲୀ ସହିତ ଉତ୍ତର ଭାରତରେ ସବୁଠାରୁ ଅଧିକ ଥଣ୍ଡା ବଢିବାରେ ଲାଗିଛି । ସେହି ସମୟରେ ଦକ୍ଷିଣ ଭାରତରେ ତାମୁଲନାଡୁ ସମେତ କିଛି ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଛି । ପାଣିପାଗ ବିଭାଗ ଏହାକୁ ନେଇ କିଛି ଆର୍ଲଟ ଜାରି ରଖିଛନ୍ତି । ଶୀତର ପ୍ରକୋପ ବଢିବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଧାର ଆସିନାହିଁ । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଲଗାତାର ଖରାପ ହେବାରେ ଲାଗିଛି । ଆଜି ଦିଲ୍ଲୀରେ ଏକ୍ୟୁଆଇ ୨୯୭ ରେ ପହଁଚିଛି ।

ଭାରତର ପାଣିପାଗ ବୈଜ୍ଞାନିକ ସୂଚନା ଅନୁଯାୟୀ, ଏକ ନିମ୍ନ ଚାପ କ୍ଷେତ୍ର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି । ଏହା ଏକ ଲଘୁଚାପରେ ପରିଣତ ହୋଇପାରେ । ଏହା ପ୍ରଭାବରେ ତାମିଲନାଡୁ ଏବଂ ଏହାର ଆଖପାଖ ଅଂଚଳରେ ବର୍ଷାର ପରିମାଣ ଅଧିକ ହେବାର ଆଶଂଙ୍କା କରାଯାଉଛି । ଆଇଏମଡି ଅନୁସାରେ, ଆସନ୍ତା ୨ଦିନରେ ଲଘୁଚାପ ପାଇଁ ବର୍ଷାର ସମ୍ଭାବନା ରହିଛି । ତେଣୁ ୨୦-୨୧ତାରିଖ ପର୍ଯ୍ୟନ୍ତବ ପଣ୍ଡିଚେରୀ, ତାମିଲନାଡୁ, ଏବଂ କରାଇକଲରେ ବର୍ଷା ହୋଇପାରେ । ଏହାଛଡା ୨୧ନଭେମ୍ବରରେ ଦକ୍ଷିଣ ତଟୀୟ ଆନ୍ଧ୍ରପ୍ରଦେଶରେ ବର୍ଷା ସମ୍ଭାବନା ରହିଛି ।

ଦିଲ୍ଲୀ ପାଣିପାଗ ସୂଚନା ଅନୁସାରେ, ଗତକାଲି ବାୟୁ ପରିମାଣ ଖରାପ ରହିଥିବା ନେଇ ରେକର୍ଡ କରାଯାଇଥିଲା । ସିପିସିବି ମୁତାବକ, ଦିଲ୍ଲୀରେ ସମୁଦାୟ ଏକ୍ୟୁଆଇ ୨୮୦ ରହିଥିଲା । ଏକ୍ୟୁଆଇ ଅନୁସାରେ ଯଦି ବାୟୁର ପରିମାଣ ୦-୫୦ ମଧ୍ୟରେ ରହୁଛି ତେବେ ଏହା ସବୁଠାରୁ ଭଲ । ସେହିଭଳି ୫୧-୧୦୦ ସନ୍ତୋଷ ଜଣକ, ୧୦୧-୨୦୦ ମାଣ୍ଡାରେଟ, ୨୦୧ରୁ ୩୦୦ ରହିଲେ ବାୟୁ ପରିମାଣ ଖରାଫ,ଏହା ଛଡା ଯଦି ୪୦୦ ରୁହେ ତେବେ ବହୁତ ଖରାପ । ସେହିପରି ୪୦୧ରୁ ୫୦୦ ରହିଲେ ଗଭୀର ବୋଲି ଧରାଯାଏ ।

ଆଇଏନଡି ଅନୁସାରେ, ଦିଲ୍ଲୀରେ ଶନିବାର ଦିନ ସବୁଠାରୁ ଅଧିକ ଥଣ୍ଡା ରହିଥିଲା । ଯେତେବେଳେ ନ୍ୟୁନତମ ତାପମାତ୍ରା ନଅ ଡିଗ୍ରୀ ସେଲସିଅସ ରେକର୍ଡ କରାଗଲା । ଏହା ସାମାନ୍ୟ ୩ଡିଗ୍ରୀ ସେଲସିୟସ କମ ରହିଛି । ସେହିପରି ଅଧିକତମ ତାପମାତ୍ରା ୧ଡିଗ୍ରୀ ସାମାନ୍ୟ ଖସି ୨୭ଡିଗ୍ରୀ ରେକର୍ଡ କରିଛି । ଏହାଛଡା ରିଲେଟିବ ହ୍ୟୁମିଡିଟି ୫୩ପ୍ରତିଶତ ରୁ ୮୩ପ୍ରତିଶତ ମଧ୍ୟରେ ରହିଛି । ପାଣିପାଗ ବିଭାଗ ସୂଚନା ଦେଇଛନ୍ତି କିଛିକିଛି ଅଂଚଳରେ କୁକୁଡି ଛାୟାର ପ୍ରଭାବ ରହିବ ।

Get real time updates directly on you device, subscribe now.