Breaking: ଆସନ୍ତାକାଲି ସିଭିୟର ହିଟଓ୍ୱେଭ, ଆଜି ୪୦ ପାର୍ କାଲି କେତେ
ଦିନ ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ପାର କଲା ପାରଦ। ଏବେଠୁ ଯଦି ୪୦ ଆଗକୁ କେତେ ହେବ?
ଭୁବନେଶ୍ୱର: ଆକାଶରୁ ହେଉଛି ନିଆଁ ବର୍ଷା। ଏବେଠୁ ତାତି ୪୦ ଡିଗ୍ରୀ ପାର୍। ଆଗକୁ କ’ଣ ହେବ ପରିସ୍ଥିତି। ଖରାଦିନ ଆରମ୍ଭ ନ ହେଉଣୁ ୪୦ ଡିଗ୍ରୀ ଟପିଲାଣି ପାରଦ। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଟପିଲା ପାରଦ। ଏପରି ମନେ ହେଉଛି ଆକାଶରୁ ନିଆଁ ହୁଳା ଖସୁଛି।
ଘରୁ ବାହାରିବାକୁ ଡର ଲାଗୁଛି। ଯେଉଁଭଳି ଖରା କାଉ ଦେଖାଇଲାଣି ଜୀବନ ଛାଡିଯିବା ଭଳି ମନେ ହେଉଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିସାରିଲାଣି। ବିଶେଷ କରି ଦୁଇଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି।
ଆଉ ସେହି ସହର ଦୁଇଟି ହେଉଛି ଝାରସୁଗୁଡା ଏବଂ ସମ୍ୱଲପୁର। ୪୦.୨ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ସମ୍ୱଲପୁର ୪୦, ରାଉରକେଲା ୩୯.୪, ହୀରାକୁଦ ୩୯ ଡିଗ୍ରୀ କେନ୍ଦୁଝର ୩୭.୬, ଚାନ୍ଦବାଲି ୩୭ ଡିଗ୍ରୀ। ଭୁବନେଶ୍ୱର ୩୭ ଓ କଟକ ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ପାଣିପାଗ ବିଭାଗ ତରଫରୁ ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟରେ ସିଭିୟର ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ ଦିଆଯାଇଛି। ଆଜି ୩ଟି ଜିଲ୍ଲାକୁ ଅରେଞ୍ଜ, ଆଉ ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଝାରସୁଗୁଡ଼ା, ସମ୍ୱଲପୁର,ମୟୁରଭଞ୍ଜକୁ ଅରେଞ୍ଜ ଓ୍ୱାର୍ଣ୍ଣିଂରେ ଅଛନ୍ତି।
ସେହିପରି ଆସନ୍ତା କାଲି ପାଇଁ ମଧ୍ୟ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ସିଭିୟର ହିଟଓ୍ୱେଭ ନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କାଲି ଆଉ ୯ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ। କେନ୍ଦୁଝର,ବରଗଡ଼, ବାଲେଶ୍ୱର,ଗଜପତି,ଭଦ୍ରକ, ସୁବର୍ଣ୍ଣପୁର,ଅନୁଗୁଳ,ଢେଙ୍କାନାଳ ଓ କଳାହାଣ୍ଡି ୟେଲୋ ଓ୍ୱାର୍ଣ୍ଣିଂରେ ରହିଛନ୍ତି।