fbpx

ସେକ୍ସ ପାଇଁ ୧୪ ବର୍ଷୀୟ ଝିଅର ସମ୍ମତି ଆଇନ ଦୃଷ୍ଟିରୁ ଅବୈଧ: ଟ୍ୟୁସନ୍ ସାରଙ୍କୁ ହାଇକୋର୍ଟଙ୍କ ଝଟକା

AAKASH

ନୂଆଦିଲ୍ଲୀ: ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଟ୍ୟୁସନ୍ ଶିକ୍ଷକଙ୍କୁ ଜାମିନ ପ୍ରଦାନ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି । ଛାତ୍ରୀଙ୍କୁ ଟ୍ୟୁସନ ଦେଉଥିବା ଅଭିଯୁକ୍ତ ଶିକ୍ଷକ ଦାବି କରିଛନ୍ତି ଯେ, ପୀଡିତାଙ୍କ ସହ ତାଙ୍କର ସମ୍ବନ୍ଧ ପରସ୍ପରଙ୍କ ସହମତିରେ ରହିଥିଲା ।

ଅଭିଯୋଗକାରୀ ଝିଅ ଅଭିଯୋଗ କରିଛନ୍ତି ଯେ, ଏହାରି ମଧ୍ୟରେ ସେ ଦୁଇଥର ଗର୍ଭବତୀ ହୋଇଥିଲେ, କିନ୍ତୁ ଅଭିଯୁକ୍ତ ତାଙ୍କୁ ଉଭୟ ଥର ଗର୍ଭପାତ କରାଇଥିଲେ । ଅଭିଯୁକ୍ତ ପୂର୍ବରୁ ବିବାହିତ ଥିଲେ ।

ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା କହିଛନ୍ତି ଯେ, ଯୌନ ନିର୍ଯାତନା ସମୟରେ ପୀଡିତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା ଏବଂ ତାଙ୍କ ସହମତି ଆଇନ ନଜରରେ ଏହା ସମ୍ମତି ନୁହେଁ ଏବଂ ଅଭିଯୁକ୍ତ ତାଙ୍କ ଶିକ୍ଷକ ଥିବାରୁ ପ୍ରଭାବଶାଳୀ ସ୍ଥିତିରେ ଥିଲେ । ଅଭିଯୁକ୍ତଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ‘ଆବେଦନକାରୀଙ୍କ ଓକିଲଙ୍କ ଏହି ଯୁକ୍ତିରେ କୌଣସି ଦମ୍ ନାହିଁ କି ଦୁଇ ପକ୍ଷ ମଧ୍ୟରେ ସମ୍ବନ୍ଧ ସହମତିରେ ହୋଇଥିଲା, କାରଣ ୨୦୧୨ରେ ଯୌନ ଉତ୍ପୀଡ଼ନର ପ୍ରଥମ ଘଟଣା ସମୟରେ ପୀଡିତାଙ୍କ ମୟସ ମାତ୍ର ୧୪ ବର୍ଷ ଥିଲା ଓ ଆଇନ ଅନୁସାରେ ତାଙ୍କର ସହମତିର ବୈଧ ନୁହେଁ ।’

ହାଇକୋର୍ଟ କହିଛନ୍ତି ଯେ, ‘ଏହି କୋର୍ଟ ମଧ୍ୟ ଧ୍ୟାନରେ ରଖିଛନ୍ତି ଯେ ସେହି ସମୟରେ ଛାତ୍ରୀଙ୍କ ଶିକ୍ଷମ ଥିବାରୁ ଅଭିଯୁକ୍ତ ପ୍ରଭାବଶାଳୀ ସ୍ଥିତିରେ ଥିଲେ, କାରଣ ସେ ସେହି କୋଚିଂ ସେଣ୍ଟରରେ ପଢ଼ୁଥିଲେ ଯେଉଁଥିରେ ସେ ପଢ଼ାଉଥିଲେ । ଏଥିପାଇଁ ଜାମିନ ଆବେଦନ ଖାରଜ କରାଯାଉଛି ।’

ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ୨୦୧୨ ମସିହାରେ ଯେତେବେଳେ ସେ ନଅ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ସେ ଏକ କୋଚିଂ ସେଣ୍ଟରକୁ ଯାଉଥିଲେ ଯେଉଁଠାରେ ଶିକ୍ଷକ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ସେ କହିଛନ୍ତି ଯେ, ୨୦୧୭ ପର୍ଯ୍ୟନ୍ତ ଶିକ୍ଷକ ତାଙ୍କୁ ବିବାହ କରିବେ ବୋଲି ଆଶ୍ୱାସନା ଦେଇଥିଲେ ଏବଂ ଏହାର ବାହାନା କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।

ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ସେହି ସମୟ ମଧ୍ୟରେ ସେ ଦୁଇଥର ଗର୍ଭବତୀ ହୋଇଥିଲେ, କିନ୍ତୁ ଅଭିଯୁକ୍ତଙ୍କ ଦ୍ୱାରା ତାଙ୍କ ଗର୍ଭପାତକୁ କରାଯାଉଥିଲା ଏବଂ ସେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ପୂର୍ବରୁ ବିବାହିତ । ଅଭିଯୋଗକୁ ଭିତ୍ତି କରି ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଶିଶୁମାନଙ୍କୁ ଯୌନ ଅପରାଧ ଅଧିନିୟମ (ପୋକ୍ସୋ) ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା ।

Get real time updates directly on you device, subscribe now.