fbpx

ଟଏଲେଟର ‘ସିକ୍ରେଟ୍ କବାଟ’ ପଛରେ ଚାଲିଥିଲା ସେକ୍ସ ରାକେଟ୍: ଏପରି ଧରିଲା ପୋଲିସ, ଦେଖନ୍ତୁ VIDEO

ଚିତ୍ରଦୁର୍ଗ: ଟଏଲେଟର ଭିତରେ ଥିଲା ସିକ୍ରେଟ ଡୋର୍, ଯାହା ପଛରେ ଚାଲିଥିଲା ସେକ୍ସ ରାକେଟ୍ । ଏହାର ପର୍ଦ୍ଦାଫାସ କରିଛି ପୋଲିସ । ସୂଚନା ଅନୁସାରେ, କର୍ଣ୍ଣାଟକରେ ଚିତ୍ରଦୁର୍ଗ ପୋଲିସ ଏକ ବେଶ୍ୟାବୃତ୍ତି ରାକେଟର ପର୍ଦ୍ଦାଫାସ କରିଛନ୍ତି । ଦେହ କାରବାର ରାକେଟରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଅଭିଯୁକ୍ତ ‘ଗ୍ରାହକ’ଙ୍କୁ ଭିତରକୁ ଯିବା ପାଇଁ ଏକ ସିକ୍ରେଟ ଡୋରର ବ୍ୟବହାର କରିବାକୁ ପଡୁଥିଲା ।

ଏକ ଟଏଲେଟ ଜରିଆରେ ଗୁପ୍ତ ପ୍ରବେଶ ଦ୍ୱାରର ଭିିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ଏଭଳି ଉପାୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ବେଶ୍ୟାବୃତ୍ତି ପରିସରର ଦ୍ୱାର ଏକ ଗୁପ୍ତ ଟଏଲେଟ ଦେଇ ଯାଇଛି । ଚିତ୍ରଦୁର୍ଗ ପୋଲିସ ଏହି ରାକେଟ୍ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ।

ଗୁପ୍ତ ଦ୍ୱାର ଏକ ଟଏଲେଟର ଭିତର ଦେଇ ଯାଇଥିବା ବେଳେ ଏହା ଉପରେ ଟାଇଲ୍ ଲଗାଯାଇଛି, ଯାହାକୁ ଦେଖି ଆପଣଙ୍କୁ ଲାଗିବନି କି ସେଠାରେ ଏକ ଦ୍ୱାର ଅଛି । ଲୋକଙ୍କୁ ଭ୍ରମିତ କରିବା ପାଇଁ ଏହି ଦ୍ୱାରକୁ ଟଏଲେଟ ଭିତରେ କରାଯାଇଛି । ସୂଚନା ଅନୁସାରେ, ମାର୍ଚ୍ଚ ଶେଷରେ ଦିଲ୍ଲୀ ପୋଲିସ ଏକ ସୂଚନା ଆଧାରରେ ଏହି ସେକ୍ସ ରାକେଟକୁ ଧରିଥିଲା ।

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏରୋସିଟି ନିକଟ ହୋଟେଲରେ କିଛି ଲୋକ ଦୀର୍ଘ ଦିନ ଧରି ସେକ୍ସ ରାେକେଟ ଚଳାଉଥିବା ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଏଥିପାଇଁ ବିହାରରୁ ଯୁବତୀମାନଙ୍କୁ ଅଣାଯାଉଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଯୌନ କାରବାରରେ ଜଡିତ ଥିବା ଲୋକଙ୍କୁ ଧରିବା ପାଇଁ ଏକ ଜାଲ ବିଛାଇଥିଲା ଏବଂ ପୋଲିସ ଟିମ୍ ପ୍ରଥମେ ଜଣେ ଦଲାଲଙ୍କ ସହ ଯୋଗାଯୋଗ କରି ସେଠାରେ ଏକ ହୋଟେଲରେ ରୁମ୍ ବୁକ୍ କରିଥିଲା ।ଏହା ପରେ ପୋଲିସ ଦଲାଲ ସହାୟତାରେ ସେହି ସିକ୍ରେଟ୍ ଦ୍ୱାର ନିକଟରେ ପହଞ୍ଚିଥିଲା ।

Get real time updates directly on you device, subscribe now.