fbpx

ରାଜଧାନୀରୁ ସେକ୍ସ ରାକେଟ ଠାବ

Advertisement

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ ଲକ୍ଷ୍ମୀସାଗର ଅଞ୍ଚଳରେ ସେକ୍ସ ରାକେଟ ଠାବ ହୋଇଛି । ଏହି ମାମଲାରେ ୨ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୨ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଭଡା ଘରେ ଚଢାଉ କରି ପୋଲିସ ତନାଘନା ଆରମ୍ଭ କରିଥିଲା ।

ସୂଚନା ମୁତାବକ, ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ ଭଡ଼ ଘରେ ସେକ୍ସ ରାକେଟ ଚାଲୁଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ଏହାପରେ ଅଚାନକ ସେଠାରେ ଅତର୍କିତ ଚଢ଼ାଉ କରିଥିଲା । ଅଧିକ ଖୋଳତାଡ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ । କିଏ ସେକ୍ସ ରାକେଟର କିଙ୍ଗପିନ୍, ସେନେଇ ପୋଲିସ ଛାନଭିନ ଜାରି ରଖିଛି ।

Get real time updates directly on you device, subscribe now.