fbpx
BJD SKY
BJD SKY

ପ୍ରାଇଭେଟ ଜେଟ୍ ରେ ମସାଜ ସମୟରେ ଯୌନ ଶୋଷଣ, ୨କୋଟି ଦେଲେ ଏଲନ ମସ୍କ

BJD

ନୁଆଦିଲ୍ଲୀ: ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା ଏଲନଙ୍କ ଏହାୟସ୍ପେସ୍ ଫାର୍ମ ସ୍ପେସଏକ୍ସ ଫ୍ଲାଇଟରେ ଅଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ।

ବିଜନେସ୍ ଇନସାଡର ରିପୋର୍ଟ ମୁତାବକ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ, ଏଲନ ତାଙ୍କ ପ୍ରାଇଭେଟ ପାର୍ଟ ଦେଖିବା ଏବଂ ତାଙ୍କର ବିନା ଅନୁମତିରେ ତାଙ୍କର ପାଦରେ ହାତ ମାରିବା ଅଭିଯୋଗ ଲଗାଇଛନ୍ତି । ଏହାବାଦ୍ ମସ୍କ ମହିଳାଙ୍କୁ ଇରୋଟିକ୍ ମସାଜ ବଦଳରେ ଏକ ଘୋଡ଼ା କିଣିଦେବାକୁ ଅଫର ଦେଇଥିଲେ ।

ଏହି ଘଟଣା ୨୦୧୬ର ଅଟେ । ଆଟେଣ୍ଡାଣ୍ଟଙ୍କ ସାଙ୍ଗ ଏକ ଘୋଷଣା ପତ୍ର ଜାରି କରି ଏହି ଆରୋପ ଲଗାଇଛନ୍ତି । ତେବେ ମସ୍କ ସେକ୍ସକୁଆଲ ଡିମାଣ୍ଡ କରିବା ପରେ ଆଟେଣ୍ଡାଣ୍ଟ ମନା କରି ଦେଇଥିଲେ । ରିପୋର୍ଟ ମୁତାବକ, ଏହା ପରେ ଆଟେଣ୍ଡାଣ୍ଟ ଭାବିଥିଲେ କି ତାଙ୍କୁ କାମ କରିବା ସମୟରେ ଦଣ୍ଡ ଦିଆଯାଉଛି ।

ଏହାପରେ ସେ ୨୦୧୮ରେ କାଲିଫର୍ଣ୍ଣିଆରେ ଜଣେ ଓକିଲଙ୍କୁ ଆଣି ଏହି ମାମଲାରେ କମ୍ପାନୀର ମାନବ ସମ୍ବଳ ବିଭାଗରେ ଅଭିଯୋଗ କରିଥିଲେ । ତେବେ ଏହି ମାମଲା କୋର୍ଟରେ ପହଞ୍ଚି ନଥିଲା । ୨୦୧୮ ନଭେମ୍ବରରେ ଏକ ବୁଝାମଣା ହୋଇଥିଲା । ଯାହା ଫଳରେ ଏହି ବିଷୟରେ କେସ୍ ନକରିବା ଲାଗି ଆଟେଣ୍ଡାଣ୍ଟଙ୍କୁ ୨କୋଟି ଟଙ୍କା ଦିଆଯାଇଥିଲା । ଏବଂ ଘଟଣାକୁ ଗୁପ୍ତ ରଖିବାକୁ କୁହାଯାଇଥିଲା ।

ତେବେ ଏହି ଘଟଣାକୁ ବର୍ତ୍ତମାନ ଆଟେଣ୍ଡାଣ୍ଟଙ୍କର ସାଙ୍ଗ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଏଲୋନ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି । ସେ ଏତେ ଶକ୍ତିଶାଳି ଯେ ପ୍ରଥମେ ଜଣେ ବ୍ୟକ୍ତିଙ୍କ କଷ୍ଟ ପହଞ୍ଚାନ୍ତି, ପୁଣି ତାଙ୍କୁ ମୁହଁ ଚୁପ୍ କରିବା ଲାଗି ଟଙ୍କା ଫିଙ୍ଗିଥାନ୍ତି ।

ଏହି ମାମଲା ବିଷୟରେ କହିଛନ୍ତି ଯେ, ଯଦି ମୁଁ ଯୌନ ଶୋହଣ ମାମଲାରେ ସମ୍ପୃକ୍ତ ଥାନ୍ତି । ତେବେ ମୋର ୩୦ ବର୍ଷ କ୍ୟାରିୟରରେ ଆଗରୁ ଏହିପରି ମାମଲା ଥାଆନ୍ତା । ଯାହା ନାହିଁ । ସେ ଏହି ଷ୍ଟୋରୀକୁ ଏକ ରାଜନୈତିକ ପ୍ରୋତ୍ସାହିତ ବୋଲି କହିଛନ୍ତି ।

Get real time updates directly on you device, subscribe now.