fbpx
BSKY SKY
BSKY SKY

ବିଜେପି ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ପ୍ରଧାନମନ୍ତ୍ରୀ, ନିଜ ମନ୍ତବ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଦେଲେ ପରାମର୍ଶ

BSKY

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀଣିରେ ସମ୍ବୋଧନ କରିଛନ୍ତି । ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କୁ ମୋଦୀ ଆହ୍ୱାନ୍ ଦେଇଛନ୍ତି ଯେ, ବର୍ତ୍ତମାନ ଆମର ୧୮ ରାଜ୍ୟରେ ସରକାର ରହିଛି । ୧୩୦୦ରୁ ଅଧିକ ବିଧାୟକ ଏବଂ ୪୦୦ ସାଂସଦ ରହିଛନ୍ତି । ଏହାବାଦ୍ ଆମକୁ ଥକିବାର ନାହିଁ, ଆଗକୁ ବଢ଼ିଯିବାର ଅଛି । ଏହି ସଫଳତାକୁ ଦେଖି ଏହା ସ୍ୱାଭାବିକ ଯେ ଆରମ କରିବାକୁ ମନ ହେବ । କିନ୍ତୁି ଭାରତ ଭଳି ବିଶାଳ ଦେଶରେ ଏତିକି ପାଇ ଆମେ ଆରମ କରିପାରିବା ନାହିଁ ।

ବର୍ତ୍ତମାନ ଆମକୁ ଆହୁରି କାମ କରିବାକୁ ବାକି ଅଛି । ସାଧାରଣ ଲୋକଙ୍କୁ ସଚେତନ କରିବା ଏବଂ ଦେଶକୁ ନିରନ୍ତର ବିକାଶ ଦିଗରେ ନେବା ବାକି ଅଛି । ଏହି ସମୟରେ ବିଜେପିରେ ନିରନ୍ତର କାର୍ଯ୍ୟ କରୁଥିବା କାର୍ଯ୍ୟକତାଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଚଳିତ ମାସରେ କେନ୍ଦ୍ରରେ ବିଜେପି ସରକାରର ୮ବର୍ଷ ପୁରଣ ହୋଇଛି । ଏହି ୮ବର୍ଷ ସଂକଳ୍ପ ଏବଂ ସିଦ୍ଧିର ରହିଛି ।
ଆଜିର ଦିନରେ ଭାରତର ୧୩୦ କୋଟି ଜନତାଙ୍କର ବିଜେପି ସରକାର ଉପରେ ଦୃଢ଼ ଭରଷା ପ୍ରକଟ କରିଛନ୍ତି । ସେହିପରି ୧୩୦ କୋଟି ଲୋକ ଆଶା ପ୍ରକଟ କରନ୍ତି, ସେତେବେଳେ ସରକାରଙ୍କ ଦାଇତ୍ୱବୋଧ ବଢ଼ିଯାଇଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଦେଶର ଜୀବନରେ ମଧ୍ୟ ଏହା ଘଟେ । ଏହା ଭାରତରେ ମଧ୍ୟ ଘଟିଛି ଯେ ଲୋକଙ୍କ ଚିନ୍ତାଧାରା ଏପରି ହୋଇଯାଇଥିଲା ଯେ ବର୍ତ୍ତମାନ କୌଣସି ସମର୍ଥନ ନଥିଲା, ସେଇଥିରେ ବଞ୍ଚିବାକୁ ଲୋକେ ଶିଖିଯାଇଥିଲେ । ସରକାରଙ୍କ ଠାରୁ ସେମାନଙ୍କର କୌଣସି ଆଶା ନଥିଲା କିମ୍ବା ସରକାର ସେମାନଙ୍କ ପ୍ରତି କୌଣସି ଉତ୍ତରଦାୟିତ୍ୱ ବୁଝୁ ନଥିଲେ। ୨୦୧୪ ରେ ଦେଶର ଲୋକମାନେ ଏକ ନୂତନ ଇତିହାସ ଲେଖିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ବିଜେପି ଦେଶକୁ ଏହି ଚିନ୍ତାଧାରାରୁ ବାହାର କରିଦେଇଛି । ଆଜି ଭାରତର ନାଗରିକ କାର୍ଯ୍ୟକୁ ଦେଖିବାକୁ ଚାହୁଁଛନ୍ତି, ଫଳାଫଳ ଚାହୁଁଛନ୍ତି । ରାଜନୈତିକ ଲାଭ ଏବଂ କ୍ଷତି ବ୍ୟତୀତ, ମୁଁ ଏହାକୁ ଲୋକମାନଙ୍କ ମଧ୍ୟରେ ଏକ ସକରାତ୍ମକ ପରିବର୍ତ୍ତନ ବୋଲି ମନେ କରେ ।

 

 

Get real time updates directly on you device, subscribe now.