fbpx

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ସିଙ୍ଗର୍ କନିକା କପୁର: ସମସ୍ତଙ୍କ ସାମ୍ନାରେ ଭାବିପତିଙ୍କୁ କଲେ ‘ଲିପ୍ KISS’

ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର କନିକା କପୁର ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ଲଣ୍ଡନରେ ନିଜର ଏନଆରଆଇ ପ୍ରେମିକ ଗୌତମଙ୍କ ସହ ଆଜି ଅର୍ଥାତ୍ ମେ’ ୨୦ରେ ବାହାହେବେ । କନିକା ଓ ଗୌତମଙ୍କ ମେହେନ୍ଦି ଫଟୋ ଏବେ ସାମ୍ନାକୁ ଆସିଛି । ଫଟୋରେ ପ୍ରେମୀଯୁଗଳଙ୍କ ନିବିଡ଼ ପ୍ରେମ ଦେଖିବାକୁ ମିଳୁଛି ।

ତେବେ ଗୌତମ ଓ କନିକା ନିଜ ମେହେନ୍ଦି ସମାରୋହରେ ଅଧିକ ରୋମାଣ୍ଟିକ ହୋଇଥିବା ନଜର ଆସିଛନ୍ତି । ସିଙ୍ଗର ନିଜ ଭାବିପତିଙ୍କୁ ସମସ୍ତଙ୍କ ସାମ୍ନାରେ ‘ଲିପ୍ କିସ୍’ କରିଥିଲେ, ଯାହାର ଫଟୋ ଓ ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କନିକା ଓ ଗୌତମ ନିଜ ମେହେନ୍ଦି ସମାରୋହରେ ଜବରଦସ୍ତ ମସ୍ତି କରିଥିଲେ । ଗୌତମ ରୋମାଣ୍ଟିକ୍ ଅନ୍ଦାଜରେ କନିକାଙ୍କୁ ପୁଷ୍ପଗୁଚ୍ଛ ବି ଦେଇଥିଲେ । ଏହା ସହ ସେ ମେହେନ୍ଦି ସମାରୋହରେ ଡ୍ୟାନ୍ସ ବି କରିଥିଲେ । ଫଟୋରେ ଦୁହେଁ ଖୁସିରେ ଝୁମୁଥିବା ନଜର ଆସିଛନ୍ତି ।

Get real time updates directly on you device, subscribe now.