fbpx

ବ୍ରଜରାଜନଗର ଉପନିର୍ବାଚନ: ୨୭୯ଟି ବୁଥରେ ଭୋଟ୍

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଭୋଟ୍ ପ୍ରସ୍ତୁତି ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିନ୍ୱନ୍ଦ୍ୱିତା କରୁଛନ୍ତି । ୧୩୩ ନୂଆ ଭୋଟରଙ୍କୁ ମିଶାଇ ମୋଟ ୨,୧୪,୮୭୮ ଜଣ ଭୋଟ୍ ଦେବେ । ମୋଟ ୨,୧୪,୮୭୮ ଜଣଙ୍କ ମଧ୍ୟରେ ୩୫୨୦ ଭିନ୍ନକ୍ଷମ, ୧୬୨୮ ଅଶୀତିପର, ୨୧୪ ଚାକିରିଆ ଭୋଟର ଅଛନ୍ତି ବୋଲି ସେ କହିଛନ୍ତି ।

ଲୋହାନୀଙ୍କ କହିବା ମୁତାବକ, ‘୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ । ଭୋଟରମାନେ ସୁରୁଖୁରୁରେ ଭୋଟ ଦେବା ନେଇ ବିଶେଷ ବ୍ୟବସ୍ଥା ହେବ । ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା କରାଯାଇଛି । ବାହାର ଅଞ୍ଚଳର ଚାକିରିଆ ଭୋଟରଙ୍କ ପାଇଁ ୩ ଦିନ ଛୁଟି ବ୍ୟବସ୍ଥା ରହିଛି । ସବୁ ଭୋଟରଙ୍କର ଥର୍ମାଲ ସ୍କାନିଂ ହେବ ଓ ଏହା ସହ ମାସ୍କ ପିନ୍ଧି ଆସିବାକୁ କହିଛନ୍ତି ସିଇଓ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକ ଶୋକ ସଭାରେ ଯୋଗଦେଇ ଫେରିବା ପରେ କିଶୋର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଓ ଥରେ ରାଜ୍ୟସଭା ସାଂସଦ ପଦରେ ରହିଥିଲେ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।

Get real time updates directly on you device, subscribe now.