fbpx

ସାତ ବର୍ଷ ପରେ ପୁଣି ଏକାଠି ଆସିବେ ବଲିଉଡ ସବୁଠୁ ହିଟ୍‌ ଯୋଡି, ରକି ଏବଂ ରାନୀ କି ପ୍ରେମ କାହାନୀ’ରେ ପୁଣି କରିବେ ରୋମାନ୍ସ

Advertisement

ମୁମ୍ବାଇ: ବଲିଉଡ୍‌ ହିରୋ ଶାହାରୁଖ ଖାନ ଏବଂ କାଜୋଲଙ୍କ ଯୋଡି ସବୁଠୁ ହିଟ୍‌ ଯୋଡି । ଦୁହିଁଙ୍କ ଯୋଡି ଅଲ୍‌ ଟାଇମ୍‌ ଫେଭରେଟ୍‌ । ଆଜି ବି ତାଙ୍କ ଚାର୍ମ ଦର୍ଶକଙ୍କ ହୃଦୟ ଏବଂ ମନରୁ ବାହାରି ନାହିଁ । ଏହି କାରଣରୁ ଶାହାରୁଖଙ୍କ ଆଗାମୀ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ କିଙ୍ଗ୍‌ ଖାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, କାଜୋଲ ଏବଂ ଶାହାରୁଖ ଖାନଙ୍କୁ ପୁଣି ଥରେ ପରଦାରେ ଏକାଠି ଦେଖିବାକୁ ମିଳିବ । ଏହି କାର୍ଯ୍ୟ ଅନ୍ୟ କେହି ନୁହଁନ୍ତି କରନ ଜୋହର କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ କରନ ଜୋହର ତାଙ୍କ ଫିଲ୍ମ ‘ରକି ଏବଂ ରାନୀ କି ପ୍ରେମ କାହାନୀ’ରେ ଶାହରୁଖ ଏବଂ କାଜୋଲଙ୍କୁ ଏକାଠି କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଉଭୟଙ୍କର ଛୋଟ ଭୂମିକା ରହିବ । ଏହା ଏକ ଗୀତ କିମ୍ବା କ୍ୟାମୋ ରୋଲ୍‌ ହୋଇପାରେ । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ଜୟା ବଚ୍ଚନ, ଶବାନା ଆଜମୀ ଏବଂ ଧର୍ମେନ୍ଦ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କାଜୋଲ ଏବଂ ଶାହାରୁଖଙ୍କୁ ଫିଲ୍ମରେ କ୍ୟାମୋ କରୁଥିବା ଦେଖିବାକୁ ମିଳିବ । ଉଭୟ ଖୁବ୍‌ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବେ । କୁହାଯାଉଛି ଏହି ସୁଟିଂ କେବଳ ମୁମ୍ବାଇରେ କରାଯିବ । ତେବେ ଶାହାରୁଖ ଏବଂ କାଜୋଲ ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି । ଯଦି ଏହି ଖବର ସତ୍ୟ ହୋଇଥାଏ, ସାତ ବର୍ଷ ପରେ ଉଭୟ କଳାକାରଙ୍କ ମିଳନ ହେବ । ଏହାପୂର୍ବରୁ ଦୁହେଁ ଶେଷ ଥର ପାଇଁ ୨୦୧୫ ରେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଦିଲୱାଲେ’ରେ ନଜର ଆସିଥିଲେ।

Get real time updates directly on you device, subscribe now.