fbpx

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ୩ ଲକ୍ଷ ଲୁଟ୍‌ ନେଲେ ଲୁଟେରା, ୩ ଦୁର୍ବୃତ୍ତଙ୍କ ଟେର୍ ପାଉନି ପୋଲିସ

Advertisement

କାମାକ୍ଷାନଗର (ଭାସ୍କର ନ୍ୟୁଜ୍‌) : କାମାକ୍ଷାନଗର ତୁମୁସିଙ୍ଗା ଥାନା ଘୋଡ଼ାଡିଆଁ ନିକଟରେ ବୁଧବାର ଅପରାହ୍ନରେ ଜଣେ ବ୍ୟବସାୟୀଙ୍କୁ ୩ ଜଣ ଦୁର୍ବୃତ୍ତ ଭୁଜାଲିରେ ହାଣି ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ଡ୍ରାଇଭର ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବ୍ୟବସାୟ ସାମଗ୍ରୀ କିଣିବା ପାଇଁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଗୁରୁତର ଅବସ୍ଥାରେ ବ୍ୟବସାୟୀ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.