fbpx

ବକ୍ସ ଅଫିସର ବାଜିଗର ବନିଲେ ଶାହରୁଖ, ୬ଦିନରେ ଏତିକି ପାରିକଲା ଫିଲ୍ମ ପଠାନ

ମୁମ୍ବାଇ: ମଜବୁତ ରୋଜଗାର ପରେ ପଠାନ ପିଲ୍ମ ପାଇଁ ପରୀକ୍ଷାର ସମୟ ଆରମ୍ଭ ହୋଇସାରିଛି । ଶାହାରୁଖ ଫିଲ୍ମକୁ ଲଙ୍ଗ ୱିକେଣ୍ଡର ଜବରଦସ୍ତ ଫାଇଦା ମିଳିଛି । ଫିଲ୍ମ ୫ଦିନରେ ୫୦୦ କୋଟି ପାର କରିଛି । ହେଲେ ଅସଲି ପରୀକ୍ଷା ବର୍ତ୍ତମାନଠାରୁ ଆରମ୍ଭ ହୋଇଛି । ସୋମବାର ଦିନ ପଠାନ ଫିଲ୍ମର ରୋଜଗାର ସାମାନ୍ୟ କମିଥିଲେ ମଧ୍ୟ ୱାଲର୍ଡ଼ ୱାଇଡ଼ ମାର୍କେଟରେ ପଠାନର ଷ୍ଟିଙ୍ଗ ବାଜୁଛି ।

ସୂଚନା ଅନୁଯାୟୀ, ୱିକେଣ୍ଡ ଟେଷ୍ଟରେ ପଠାନ ନିଜର ଜିତ୍ ହାସଲ କରିବା ସହ ସୋମବାର ପରୀକ୍ଷାରେ ଟିକେ କମ ରହିଛି । ରବିବାର ଦିନ ପଠାନ ଭାରତରେ ୬୦.୭୫ କୋଟି ରୋଜଗାର କରିଥିଲା । ଏହି ରୋଜଗାରରେ ପଠାନର ହିନ୍ଦୀ କଲେକ୍ସନ ୫୮.୫ କୋଟି ରହିଥିଲା । ହେଲେ ସୋମବାରଦିନ ଫିଲ୍ମର ରୋଜଗାର ଏହାର ଅଧା ରୁ ମଧ୍ୟ କମ୍ ରହିଛି । କହିବାକୁ ଗଲେ ୱାର୍କିଂ ଡେଜ୍ ହିସାବରେ କଲେକ୍ସନ ଭଲ ରହିଛି ।

ତେବେ ଫିଲ୍ମ ପଠାନ ୱାଳର୍ଡ଼ୱାଇଡ୍ ବକ୍ସ ଅଫିସରେ ୬ଦିନରେ ୬୦୦ କୋଟି ପାର କରିଛି । ୬ଦିନରେ ୬୦୦ କୋଟି ଅତିକ୍ରମ କରିବା ପଠାନ ପାଇଁ ଏକ ବଡ଼ ସଫଳତାରେ ପରିଣତ ହୋଇଛି । ସୋମବାର ଦିନ ରୋଜଗାରରେ ଟିକେ କମ ଥିଲେ ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି ପଠାନ । ଦୁନିଆ ସାରା ଲୋକେ ଶାହାରୁଖଙ୍କ କ୍ରେଜରେ ଦିୱାନା ହୋଇ ଅଛନ୍ତି । ଶାହାରୁଖଙ୍କ ଏହି ସଫଳତା ବକ୍ସ ଅଫିସରେ ତାଙ୍କୁ ବାଜିଗର କରି କରିଛି ।

Get real time updates directly on you device, subscribe now.