fbpx
BSKY SKY
BSKY SKY

ଶାହବାଜ ପାକିସ୍ତାନର ପରବର୍ତ୍ତୀ ପିଏମ୍!

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ୍ ବିଦା ହେବା ପରେ ଏବେ ପାକିସ୍ତାନ ପାଇବ ଜଣେ ନୂଆ ପ୍ରଧାନମନ୍ତ୍ରୀ । ତେବେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ନୂଆ ପ୍ରଧାନମନ୍ତ୍ରୀ ଚୟନ ନେଇ ଆସନ୍ତାକାଲି ପାକିସ୍ତାନ ସଂସଦରେ ଭୋଟିଂ କରାଯିବ ।

ତେବେ ଶାହବାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପିଏମ୍ ପଦ ସମ୍ଭାଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ବର୍ତ୍ତମାନ ପିଏମଏଲ-ଏନ ଦଳର ସାଂସଦ ତଥା ବିରୋଧୀ ଦଳ ନେତା ଥିବା ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ନ କରିବାକୁ ପୂର୍ବରୁ ଇମ୍ରାନ ସର୍ତ୍ତ ରଖିଥିଲେ । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତଦାନ ପରେ ଶାହବାଜ ସଂସଦରେ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ଶାହବାଜ କହିଥିଲେ ଯେ, ପାକିସ୍ତାନରେ ଏବେ ନୂଆ ସକାଳର ଆରମ୍ଭ ହେବ । ଆମେ ପ୍ରତିଶୋଧ ନେବୁ ନାହିଁ କି କାହାକୁ ଜେଲରେ ଭର୍ତ୍ତି କରିବୁ ନାହିଁ । ଅତୀତରେ ଯାହା କିଛି ଘଟିଯାଇଛି ତାହାକୁ ଭୁଲି ଆଗକୁ ବଢ଼ିବା ହେଉଛି ଆମର ପ୍ରାଥମିକତା ।
ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲୱଲ ଭୁଟ୍ଟୋ ଜର୍ଦ୍ଦାରୀ କହିଥିଲେ ଯେ, ପାକିସ୍ତାନ ଗତ ୩ ବର୍ଷ ଧରି ଏକ ବୋଝକୁ ମୁଣ୍ଡାଇ ଚାଲିଥିଲା । ଏହି ସମୟରେ ଦେଶରେ ଅପରାଧ ବୃଦ୍ଧି ପାଇଥିଲା । ଏବେ ସମଗ୍ର ପାକିସ୍ତାନୀବାସୀଙ୍କୁ ମୁଁ ମୁବାରକ ଜଣାଉଛି ।

Get real time updates directly on you device, subscribe now.