fbpx

ଶହବାଜ ଶରିଫ୍ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ! ସମର୍ଥନ କରିବ ବିଲାୱଲଙ୍କ ଦଳ

ଇସଲାମାବାଦ: କିଏ ହେବ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ? କିଛି ଦିନ ହେବ ଏହାକୁ ନେଇ ବେଶ କଳ୍ପନାଜଳ୍ପନା ଲାଗି ରହିଥିଲା । ବର୍ତ୍ତମାନ ପାକିସ୍ତାନ ମୁସଲିମ ଲିଗ୍ ନୱାଜ(PML-N)ର ଅଧ୍ୟକ୍ଷ ଶହବାଜ ଶରିଫଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ମଙ୍ଗଳବାର ଦଳ ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନିତ କରାଯାଇଛି ।

PML-Nର ମୁଖପାତ୍ର ମରିୟମ ଔରଙ୍ଗଜେବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ‘ଦଳ ସୁପ୍ରିମୋ ନୱାଜ ଶରିଫ୍‌(୭୪) ତାଙ୍କ ସାନ ଭାଇ ଶହବାଜ ଶରିଫ୍‌(୭୨)ଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଏବଂ ଝିଅ ମରିୟମ୍ ନୱାଜ(୫୦)ଙ୍କୁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନିତ କରିଛନ୍ତି । ନୱାଜ ଶରିଫ୍‌, ଆଗାମୀ ସରକାର ଗଠନ ପାଇଁ ସମର୍ଥନ କରୁଥିବା ରାଜନୈତିକ ଦଳଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି ଏବଂ ଏଭଳି ନିଷ୍ପତ୍ତି ପାକିସ୍ତାନକୁ ସଂକଟରୁ ଉଦ୍ଧାର କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।’ ଅପରକ୍ଷରେ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜରଦାରୀ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ପିତା ଅସିଫ୍ ଅଲି ଜରଦାରୀଙ୍କୁ ପୁଣି ଥରେ ରାଷ୍ଟ୍ରପତି କରାଯାଉ । କହିରଖୁଛୁ ୨୦୦୮ରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଲାୱଲ ପାକିସ୍ତାନର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ତୁଲାଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଦୌଡ଼ରୁ ସେ ଓହରିବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ସରକାରଙ୍କ ଅଂଶ ନ ହୋଇମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ (PML-N)ର ପ୍ରାର୍ଥୀଙ୍କୁ ସମର୍ଥନ କରିବ ।

Get real time updates directly on you device, subscribe now.