fbpx

ଓଡ଼ିଶା ହାଇକୋର୍ଟ ପକ୍ଷରୁ ସୂଚନା: DEO ପଦର ପ୍ରିମିଲିନାରୀ ପରୀକ୍ଷା ତାରିଖ ଘୋଷଣା, ୨୬୯ ପ୍ରାର୍ଥୀଙ୍କ ଆବେଦନ ପତ୍ର ରିଜେକ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଗତ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ତେବେ ଉକ୍ତ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ବିଭିନ୍ନ ତ୍ରୁଟି କାରଣରୁ ୨୬୯ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରିଜେକ୍ଟ ହୋଇଯାଇଛି । ସେନେଇ ଏକ ଲିଷ୍ଟ ଜାରି କରାଯାଇଛି ।

ତେବେ ଏଥିସହିତ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦର ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ (ରବିବାର) ଦିନ ସକାଳ ୯ଟାରୁ ୧୧ଟା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସକାଳ ୭.୩୦ରେ ଧାର୍ଯ୍ୟ ଭେନ୍ୟୁରେ ଉପସ୍ଥିତ ହେବାକୁ ପଡ଼ିବ । ଆସନ୍ତା ୧୬ ତାରିଖ ସକାଳ ୮ଟା ଠାରୁ ଆସନ୍ତା ମାସ ୩ ତାରିଖ ସକାଳ ୭ଟା ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସିଲେକ୍ଟ ହେବା ପରେ ଏହି ପଦର ଯୋଗ୍ୟ ପ୍ରାର୍ଥୀଙ୍କୁ ୧୯,୯୦୦- ୬୩,୨୦୦/- ଲେବଲ-୪ ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ । ୟୁଆର, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସି) ଓ ଅନୁସୂଚିତ ଜନଜାତି (ଏସଟି) ଆଦି ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଥିଲା । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଥିଲା । ଏସସି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ୫ ବର୍ଷ କୋହଳ କରାଯିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କାର ଆବେଦନ ଫିସ୍ ରହିଥିଲା । ପ୍ରିଲିମିନାରୀ, ଭାଷା ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ, ମୁଖ୍ୟ ଲିଖିତ ପରୀକ୍ଷା, ସାକ୍ଷାତକାର ଆଦି ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ପ୍ରିଲିମିନାରୀ ପରୀକ୍ଷା ଅପଡେଟ୍: https://orissahighcourt.nic.in/recruitment-corner-pdf-view/193/

Get real time updates directly on you device, subscribe now.