fbpx
BJD
BJD SKY
BJD SKY

ଦୁଷ୍କର୍ମ କେସରେ ଆଶ୍ଵସ୍ତି ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲେ ଶାହାନଓ୍ଵାଜ, ହାଇକୋର୍ଟଙ୍କ ଆଦେଶକୁ କଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଏଫଆଇଆର ରୁଜୁରୁ ବଞ୍ଚିବା ପାଇଁ ବିଜେପିର ବରିଷ୍ଠ ନେତା ଶାହନଓ୍ଵାଜ ହୁସେନ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ବୁଧବାର ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଆଦେଶ ଦେଇଥିଲେ। ଏପରିକି ତିନି ମାସରେ ଯାଞ୍ଚ ସାରିବାକୁ ସମୟସୀମା ନିର୍ଦ୍ଧାରଣ କରିଛନ୍ତି ହାଇକୋର୍ଟ। ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ଶାହାନଓ୍ଵାଜ ହୁସେନ। ୨୦୧୮ର ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଉପରୋକ୍ତ ଆଦେଶ ତାଙ୍କ ପାଇଁ ବଡ ଝଟକା ସଦୃଶ ହୋଇଛି। ଶାହାନଓ୍ଵାଜଙ୍କ ଓକିଲ ଆବେଦନକୁ ପ୍ରଧାନ ବିଚାରପତି ଏନଭି ରମଣାଙ୍କ ପୀଠରେ ଉପସ୍ଥାପନ କରିଛନ୍ତି।

ଶାହାନଓ୍ଵାଜ ହୁସେନଙ୍କ ଓକିଲ କହିଛନ୍ତି, ଏହି ମାମଲାରେ ତତ୍କାଳ ଶୁଣାଣି ହେବା ଉଚିତ୍ କାରଣ ବିଳମ୍ବ ଘଟିଲେ ଜଣେ ରାଜନୈତିକ ନେତାଙ୍କ ଛବି ମଳିନ ପଡିପାରେ। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି, ଆଗାମୀ ସପ୍ତାହରେ ମାମଲାର ଶୁଣାଣି କରାଯିବ। ଶାହାନଓ୍ଵାଜଙ୍କ ଓକିଲ କହିଛନ୍ତି, ମୋ ମହକିଲଙ୍କ ୪୦ ବର୍ଷର ସାର୍ବଜନୀନ ଜୀବନ ରହିଛି। ତାଙ୍କୁ ଅକାରଣରେ ବଦନାମ କରାଯାଉଛି। ଯଦି ଏହା ଉପରେ ତତ୍କାଳ ଶୁଣାଣି ହେବ ନାହିଁ ତେବେ ପୋଲିସ୍ ଏଫଆଇଆର ରୁଜୁ କରିବ। ଏମିତି ସ୍ଥିତିରେ ଏହି ଆବେଦନର କୌଣସି ଅର୍ଥ ହିଁ ରହିବନି। ସୂଚନାଯୋଗ୍ୟ, ବୁଧବାର ଦିଲ୍ଲୀ ହାଇକୋର୍ଟ ଟ୍ରାଏଲ କୋର୍ଟର ସେହି ଆଦେଶକୁ ବଳବତ୍ତର ରଖିଥିଲେ, ଯେଉଁଥିରେ ଶାହାନଓ୍ଵାଜ ହୁସେନଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଆଦେଶ ଦିଆଯାଇଥିଲା।

ଉଚ୍ଚ ନ୍ୟାୟାଳୟ କହିଥିଲେ, ଶାହାନଓ୍ଵାଜ ହୁସେନଙ୍କ ଯାଚିକାରେ କୌଣସି ଦମ୍ ନାହିଁ। ଏଥିପାଇଁ ଆବେଦନକୁ ଅଗ୍ରାହ୍ୟ କରାଯାଉଛି। ମାମଲାରେ ଏଫଆଇଆର ରୁଜୁ କରାଯାଉ ଏବଂ ତିନି ମାସ ଭିତରେ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଉ ବୋଲି ଦିଲ୍ଲୀ ହାଇକୋର୍ଟ ବୁଧବାର କହିଥିଲେ। ବିଚାରପତି ଆଶା ମେନନଙ୍କ ପୀଠ ନିଜ ଆଦେଶରେ କହିଛନ୍ତି, ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଏଫଆଇଆର ନେଇ ଯେଉଁ ଆଦେଶ ଦିଆଯାଇଛି, ସେଥିରେ କୌଣସି ତ୍ରୁଟି ନାହିଁ। ଅଦାଲତ କହିଥିଲେ, ପୋଲିସ୍ ଏହି କେସରେ ଏଫଆଇଆର ରୁଜୁ କରାଯାଉ ଏବଂ ପୁଣି ସିଆରପିସିର ସେକ୍ସନ ୧୭୩ ଆଧାରରେ ରିପୋର୍ଟ ଜମା କରାଯାଉ।

Get real time updates directly on you device, subscribe now.