fbpx

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉର ଏହି କଳାକାର: ‘କଫି ୱିଥ କରଣ ଶୋ’ରେ କରିଲେ ପ୍ରକାଶ

ମୁମ୍ବାଇ: ‘କଫି ୱିଥ କରଣ ଶୋ’ ସିଜନ ୭ର ନୂଆ ଅଧ୍ୟାୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ‘ଶୋ’ରେ ଆସିଥିବା ଅତିଥି ଭିକି କୌଶଲ ଏବଂ ସିଦ୍ଧାର୍ଥ ମହ୍ଲୋତ୍ରା ନିଜର ବୃତ୍ତିଗତ ଜୀବନ ଠାରୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ କିଛି ରହସ୍ୟମୟ କଥା ପ୍ରକାଶ କରିଥିଲେ ।ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି ।

‘କଫି ୱିଥ କରଣ ଶୋ’ ରେ କରଣ ଜୋହର ସିଦ୍ଧାର୍ଥଙ୍କୁ ତାଙ୍କ ଲଭ ଲାଇଫ ବିଷୟରେ ପଚାରିଥିଲେ । କରଣ କହିଥିଲେ ଯେ ବର୍ତ୍ତମାନ ତୁମେ କିଆରାଙ୍କୁ ଡେଟ୍ କରୁଛ, ତେବେ ଏହାକୁ ନେଇ ଭବିଷ୍ୟତରେ କଣ ଯୋଜନା ରହିଛି । ତେବେ କରଣଙ୍କର ଏହି ପ୍ରଶ୍ନର ଉତ୍ତରରେ ଅଭିନେତା ସିଦ୍ଧାର୍ଥ କଥାକୁ ବୁଲାଇଥିବା ବେଳେ କରଣ ପୁଣି ପଚାରିଥିଲେ ତୁମେ କିଆରାକୁ ବିବାହ କରିବ ନା ନାହିଁ । ତେବେ ସିଦ୍ଧାର୍ଥ କହିଥିଲେ ଯେ ମତେ  ଲାଗୁନାହିଁ କି ମୁଁ କିଆରାଙ୍କୁ ବିବାହ କରିବି ।

ସିଦ୍ଧାର୍ଥର ଉତ୍ତରରେ ‘ଶୋ’ରେ ଉପସ୍ଥିତ ଥିବା ଭିକି କୌଶଲ ଏବଂ କରଣ ଜୋହର କହିଥିଲେ ଯେ ହଁ କିମ୍ବା ନାଁ ରେ ଏହି ପ୍ରଶ୍ନର ଉତ୍ତର ଦିଅ । ତେବେ ସିଦ୍ଧାର୍ଥ କହିଥିଲେ ଯେ ଯଦି କିଆରାଙ୍କ ସହିତ ବିବାହ ହୁଏ ତେବେ ଏହା ବହୁତ ଭଲ ହେବ । କିନ୍ତୁ ମୁଁ ଏ ବିଷୟରେ କହି ପାରିବି ନାହିଁ । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସିଦ୍ଧାର୍ଥ ମହ୍ଲୋତ୍ରା ଏବଂ କିଆରା ଆଡୱାନୀ ଗତ ଏକ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ତେବେ ପୂର୍ବରୁ ଏହି ଯୋଡିଙ୍କର ବ୍ରେକ-ଅପ ହୋଇଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ସବୁ ଠିକ୍ ହୋଇଯାଇଛି । ଏଥି ସହିତ ଗତ କିଛି ମାସ ତଳେ ଉଭୟ ଦୁବାଇରେ ପରସ୍ପର ସହ ରହିଥିବା ବେଳେ କିଆରାଙ୍କ ୩୦ ତମ ଜନ୍ମଦିନ ପାଳନ କରିଥିଲେ ।

Get real time updates directly on you device, subscribe now.