fbpx

ଚାରିଆଡ଼ ଧୁଆଁ କରିଦେଲେ ଶାହରୁଖଙ୍କ ପାଗଳ ଫ୍ୟାନ

Advertisement

ମୁମ୍ବାଇ: କ୍ରିକେଟ ପ୍ରେମୀ ବୁଝିଲେ ପ୍ରଦୂଷଣର କ୍ଷତି । କିନ୍ତୁ ଏ ଫିଲ୍ମ ପାଗଳମାନେ ବୁଝିବେ କେବେ? ପ୍ରଦୂଷଣ ପାଇଁ ନିଆଯାଉଛି କେତେ ପଦକ୍ଷେପ । ଏପରିକି ଦିଲ୍ଲୀ ଏବଂ ମୁମ୍ବାଇରେ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ବିସିସିଆଇ ବାଣଫୁଟାଇବା ଉପରେ ଲଗାଇଲା ଅଙ୍କୁଶ । କିନ୍ତୁ ସିନେ ପ୍ରେମୀଙ୍କ ମନରେ ସଚେତନତା ଆସିବ କେବେ?

ଗତ ରାତିରେ ଶାହରୁଖଙ୍କ ଜନ୍ମ ଦିନରେ ତାଙ୍କ ଘର ଆଗରେ ଏକାଠି ହୋଇଥିବା ତାଙ୍କ ପ୍ରଶଂସକମାନେ ଏକାଠି ହୋଇ ବାଣ ଫୁଟାଇଥିଲେ । ଭୁଲିଯାଇଥିଲେ ଏହା ପରର ପରିସ୍ଥିତି । ଭୁଲିଯାଇଥିଲେ ହେବାକୁ ଥିବା ଧୁଅାଁମୟ ପରିବେଶ । ସେମାନେ କ’ଣ କ୍ରିକେଟ ପ୍ରେମୀ ନଥିଲେ? ନା ସେମାନେ ବିସିସିଆଇର ନିଷ୍ପତ୍ତି ବିଷୟରେ ଅବଗତ ନଥିଲେ? ଏହା କ’ଣ ଚିନ୍ତାଜନକ ନୁହେଁ କି?

ଗୋଟେ ପଟେ ପରିବେଶର ସୁରକ୍ଷା ପାଇଁ ଏବଂ ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସେଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏପରିକି ଦୀପାବଳି ପରି ଦିନରେ ସରକାର ବାଣଫୁଟା ଉପରେ ଅଙ୍କୁଶ ଲଗାଉଛନ୍ତି । ଏହ ସହ ଇକୋ ଫ୍ରେଣ୍ଡଲୀ ବାଣ ଫୁଟାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।

ତେବେ ଅନ୍ୟପକ୍ଷରେ ସିନେ ତାରକାଙ୍କ ଜନ୍ମ ଦିବସରେ ତାଙ୍କ ପ୍ରଶଂସକମାନେ ବାଣଫୁଟାଇ ଏପରି ପାଳନ କରିବା ବର୍ତ୍ତମାନ ସମୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.