fbpx

ହିନ୍ଦୁ ଯୁବତୀଙ୍କୁ ପାର୍ଲରରେ ଅସଦାଚରଣ କରି ଫସିଲେ ଶାହରୁଖ

ସୁରଟ(ଓଡିଶା ଭାସ୍କର); ଜଣେ ୧୭ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ପୁରୁଷ ବ୍ୟୁଟିସିଆନ ଗିରଫ ହୋଇଛନ୍ତି । ରବିବାର ଦିନ ଯୁବତୀ ଜଣଙ୍କ ଜାଭେଦ ହାବିବ ନାମକ ଏକ ସେଲୁନକୁ ଯାଇଥିବା ବେଳେ ତାଙ୍କ ସହ ଅସଦାଚରଣ ବ୍ୟବହାର କରାଯାଇଥିଲା ।

ବେସୁ ଥାନା ପୋଲିସ କହିବା ମୁତାବକ, ଯୁବତୀ ଜଣଙ୍କ ଥାନାକୁ ଆସି ଏଭଳି ଏକ ଅସଦାଚରଣ ମାମଲା ରୁଜୁ କରିଥିଲେ । ଏହା ପରେ ତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଶାହରୁଖ ଆଲିଆସମହମ୍ମଦ ରିୟାଜ ହସମୂତଆଲ୍ଲା ଶାହାଙ୍କୁ ପୋକ୍ସୋ ଆଇନର ଆଇପିସି ଧାରା ୩୫୪ ଏ(୧)(୧) ଅନୁଯାୟୀ ଗିରଫ କରାଯାଇଛି । ଯେତେବେଳେ ରବିବାର ଦିନ ଯୁବତୀ ଜଣଙ୍କ ତାଙ୍କ ମାଆଙ୍କ ସହ ସେଲୁନ ଯାଇଥିଲେ ସେତେବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେଲୁନରେ ପ୍ରଥମେ ବାଳ କଟିବା ପରେ ସେଠାରେ ସେ ଫେସିଆଲ ଟ୍ରିଟମେଣ୍ଟ ନେବାକୁ ଚାହିଁଥିଲେ । ଏହା ପରେ ପୁରୁଷ ବ୍ୟୁଟିସିଆନ(ଅଭିଯୁକ୍ତ) ତାଙ୍କୁ ଆଉ ଏକ କ୍ୟାବିନକୁ ନେଇଯାଇଥିଲେ । ଫେସିଆଲ ଟ୍ରିଟମେଣ୍ଟ ସମୟରେ ପୁରୁଷ ବ୍ୟୁଟିସିଆନ ଜଣଙ୍କ ତାଙ୍କୁ ବ୍ୟାଡ଼ ଟଚ କରିବାକୁ ଆରମ୍ଭ କରିଥିଲେ । ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ବ୍ୟୁଟିସିଆନ ଜଣଙ୍କ ତାଙ୍କୁ କ୍ଷମା ମାଗିଥିଲେ । ଏହା ପରେ ତାଙ୍କ ଦ୍ୱାରା ଭୁଲ ବଶତଃ ହୋଇଥିବା ସେ କହିଥିଲେ । ଏବଂ ତାଙ୍କ ଦୋଷକୁ ନ ମାନି ଘଟଣାକୁ ସଫେଇ ଦେବାକୁ ସେ ଚେଷ୍ଟା କରିଥିଲେ । ଏହା ପରେ ସେ କ୍ୟାବିନରୁ ବାହାରକୁ ଆସିବା ପର୍ୟ୍ୟନ୍ତ ବ୍ୟୁଟିସିଆନ ଜଣଙ୍କ ତାଙ୍କୁ ଅସଦାଚରଣ କରିଥିଲେ । ଯୁବତୀ ଜଣଙ୍କ ପଦାକୁ ଆସି ତାଙ୍କ ମାଆଙ୍କୁ ଘଟଣା ସମ୍ପର୍କରେ ସବୁ କହିଥିଲେ ଓ ଉକ୍ତ ସେଲୁନରୁ ଉଭୟ ପଳାଇ ଆସିଥିଲେ ।

ତେବେ ଏହି ଘଟଣାକୁ ନେଇ ଯୁବତୀ ଜଣଙ୍କର ପରିବାର ଲୋକେ ବେସୁ ଥାନାରେ ଆସି ଏକ ମାମଲା ଦାୟର କରିଥିଲେ । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ଶାହରୁଖକୁ ଗିରଫ କରିଛି ପୋଲିସ । ଉତ୍ତର ପ୍ରଦେଶ ରାଜ୍ୟର ମୋରଦାବାଦ ଜିଲ୍ଲା ରାଜିପୁରକାଲା ଗାଁରେ ଅଭିଯୁକ୍ତ ଶାହରୁଖର ଘର ବୋଲି ଜଣାପଡିଛି । ସୁରଟର ଭିଆଇପି ରୋଡ଼ର ଶିବ କାର୍ତ୍ତିକ ଏନକ୍ଳେଭରେ ଥିବା ଜାଭେଦ ହାବିବ ସେଲୁନରେ ଯୁବକ ଜଣଙ୍କ କିଛି ଦିନ ହେବ ବ୍ୟୁଟିସିଆନ ଭାବେ କାମ କରୁଥିଲେ ।

Get real time updates directly on you device, subscribe now.