fbpx

ବାଦ ବିବାଦ ପରେ ବାଜି ମାରିଲା ଆପ୍: ମେୟର ପଦ ପାଇଁ ଶେଲୀ ଓବ୍ରୋୟଙ୍କୁ ଚୟନ କଲା ଦିଲ୍ଲୀ

Advertisement

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ରାଜଧାନୀ ଦିଲ୍ଲୀ ନଗର ନିଗମର ମେୟର ପଦ ପାଇଁ ଶେଷ ହୋଇଛି ନିର୍ବାଚନ । ତେବେ ଏହି ଲଢେଇରେ ବାଜିମାତ୍ କରିଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟି । ଏମସିଡି ଦ୍ୱାରା ମହାପୌର ପଦ ପାଇଁ ନିର୍ବାଚନ କରିବା ପ୍ରୟାସ ତିନି ଥର ବିଫଳ ହେବା ପରେ ଆଜି ଏହାର ଫଳ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଆମ୍ ଆଦମୀ ପାର୍ଟି ଏହି ପଦବୀର ହକଦାର ପାଲଟିଛି । ‘ଆପ୍’ର ମେୟର ପ୍ରାର୍ଥିନୀ ଶେଲୀ ଓବ୍ରୋୟଙ୍କ ନାଁରେ ମେୟର ପଦ ପାଇର୍ ମୋହର ଲାଗିଛି ।

ରାଜଧାନୀ ଦିଲ୍ଲୀରେ ମେୟର ପଦ ପାଇଁ ନିର୍ବାଚନ କରିବାକୁ ପ୍ରୟାସ କରାଯାଇ ୩ ଥର ଫେଳ ମାରିଥିଲା ସରକାର । କିନ୍ତୁ ପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ନିର୍ବାଚନ ସଫଳ ହୋଇଛି । ତେବେ ଏହି ଇଲେକ୍ସନରେ ବିଜେପିର ରେଖା ଗୁପ୍ତାଙ୍କୁ ମାତ୍ ଦେଇଛନ୍ତି ଆପ୍ ପ୍ରାର୍ଥିନୀ ଶେଲୀ ଓବ୍ରୋୟ । ତେବେ ଏହି ଫଳାଫଳ ଘୋଷଣା ପରେ ସାରା ଆପ୍ ପାର୍ଟି ଖୁସିରେ ଝୁମି ଉଠିଛି । ଏହାଭିତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ କରି କହିଛନ୍ତି ଯେ, ଗୁଣ୍ଡା ହାରିଗଲେ ଏବଂ ଜନତା ଜିତିଗଲେ । ଦିଲ୍ଲୀ ନଗର ନିଗମରେ ଆଜି ଦିଲ୍ଲୀ ଜନତାଙ୍କ ବିଜୟ ହୋଇଛି । ଶେଲୀ ଓବ୍ରୋୟଙ୍କ ବିଜୟକୁ ନେଇ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ କେଜରିୱାଲ ।

ସେପଟେ ସଦନକୁ ସାମ୍ବିଧାନିକ ଉପାୟରେ ଚଳାଇବା ପାଇଁ ପ୍ରତିଜ୍ଞା କରିଛନ୍ତି ଦିଲ୍ଲୀର ନୂଆ ମେୟର ଶେଲୀ ଓବ୍ରୋୟ । ଏହା ସହିତ ସେ ଜନସାଧାରଣଙ୍କ ସହଯୋଗ ମଧ୍ୟ ଭିକ୍ଷା କରିଛନ୍ତି । ବିଜୟ ପରେ ଆପ୍ ବିଧାୟକ ସୌରଭ ଭରଦ୍ୱାଜ ବିଜେପି ଉପରେ ବର୍ଷିଛନ୍ତି । ଧୋକା ଦେଇ ମେୟର ପଦ ହାତେଇବାକୁ ଚାହୁଁଥିବା ବିଜେପି ପରାଜୟର ସାମନା କରିଛି । ତେବେ ଅଲୀ ଇକବାଲଙ୍କୁ ଡେପୁଟୀ ମେୟର ଘୋଷଣା କରିବା ସହ ଶେଲୀ ଓବ୍ରୋୟଙ୍କୁ ବିଜୟର ଶୁଭେଚ୍ଛା ଦେଇଛନ୍ତି ସୌରଭ ।

Get real time updates directly on you device, subscribe now.