fbpx

ଶକ୍ତିମାନ ଫିଲ୍ମର ସୁପରହିରୋ କିଏ ହେବେ?

ନୂଆଦିଲ୍ଲୀ: ନବେ ଦଶକରେ ଘରେ ପରିଚିିତ ହୋଇଥିବା ସୁପରହିରୋ ‘ଶକ୍ତିମାନ’ ପୁଣି ଥରେ ଦର୍ଶକଙ୍କୁ ନିକଟକୁ ଫେରୁଛି । ଏହାର ଟିଜର ଲଞ୍ଚ ହୋଇସାରିଥିବା ବେଳେ କେବଳ ଟ୍ରେଲରକୁ ହିଁ ରହିଛି ଅପେକ୍ଷା । ତେବେ ଶକ୍ତିମାନ ଚରିତ୍ରରେ କେଉଁ ଆକ୍ଟର ଅଭିନୟ କରିବେ, ତାହାକୁ ନେଇ ସମସ୍ତେ ଉକ୍ରଣ୍ଠାର ସହ ଚାହିଁ ରହିଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଶକ୍ତିମାନ ଅର୍ଥାତ ଅଭିନେତା ମୁକେଶ ଖାନାଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ମୁକେଶ ଟେଲିଭିଜନ ଜଗତର ପ୍ରସିଦ୍ଧ ଆକ୍ଟର ନକୁଲ ମେହତାଙ୍କ ସହ ଆକ୍ଟିଂ କରୁଥିବା ଦେଖାଯାଉଛି । ନକୁଲଙ୍କୁ ଟିଭି ଇଣ୍ଡଷ୍ଟ୍ରିର ହ୍ରିତିଶ ରୋଶନ କୁହାଯାଉଥିବା ବେଳେ ସେ ହିଁ ଶକ୍ତିମାନ କ୍ୟାରେକ୍ଟର ନିଭାଇବେ ବୋଲି ସ୍ପଷ୍ଟ ହୋଇଛି ।

ତେବେ ଶକ୍ତିମାନକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବା ଫିଲ୍ମ ମୁଖ୍ୟତଃ ତିନୋଟି ଭାଗରେ ନିର୍ମିତ ହେବ । ସୋନି ପିକଚର୍ସ ଏହି ଫିଲ୍ମ ନିର୍ମାଣ କରିବାରେ ଲାଗିପଡ଼ିଛି । କେବଳ ଶକ୍ତିମାନ ନୁହେଁ, ଗୀତା ବିଶ୍ୱାସ, ଜୈକାଲ ଓ କିଲୱିଶ ପରି ଚରିତ୍ରରେ କେଉଁମାନେ ଅଭିନୟ କରୁଛନ୍ତି, ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ ରହିଛନ୍ତି । ତେବେ ଫିଲ୍ମର ଟିଜରରେ ମୁମ୍ବାଇ ଉପରେ ଶୈତାନର ଛାଇ ପଡ଼ିଥିବା ନେଇ ପ୍ରଦର୍ଶିତ କରାଯାଇଥିଲା । ଏଥିସହିତ ଶକ୍ତିମାନ ଚରିତ୍ରକୁ ଗ୍ରାଫିକ୍ସ ମାଧ୍ୟମରେ ଆନିମେଟେଡ୍ ଡ୍ରେସ ଓ ଗଙ୍ଗାଧରଙ୍କ ଚଷମାକୁ ମଧ୍ୟ ଦୃଶ୍ୟମାନ କରାଯାଇଛି । ତେବେ ଶକ୍ତିମାନ ଉପରେ ଆଧାରିତ ଫିଲ୍ମଟି ବର୍ତ୍ତମାନର ସମୟକୁ ଆଧାର କରି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.