fbpx
BJD SKY
BJD SKY

ଭଉଣୀକୁ ମାରି ଦେବାକୁ ଧମକ ଦେଇ ଶାଳୀକୁ ବାରମ୍ବାର ଦୁଷ୍କର୍ମ କଲା ଭିଣୋଇ, ଅସହ୍ୟ ହେବାରୁ ଥାନାରେ ଅଭିଯୋଗ କଲେ ପୀଡିତା

BJD

ଧାମନଗର (ଭାସ୍କର ନ୍ୟୁଜ୍‌): ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ଉତେଇପୁର ଗ୍ରାମର ୧୨ନମ୍ବର ୱାଡ଼ର ୱାର୍ଡ଼ମେମ୍ବର ତାଙ୍କ ଶାଳୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଧୂସୁରି ପୋଲିସ ସମୃକ୍ତ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରକାଶ ଥାଉକି ଧୂସୁରି ଥାନା ଅଞ୍ଚଳରେ ଜଗନ୍ନାଥସାହି ଗ୍ରାମରେ ଧାମନଗର ଥାନା ଅଞ୍ଚଳର ଉତେଇପୁର ଗାଁ ବଳରାମ ମାଝୀଙ୍କ ପୁଅ ଗୟାଧର ମାଝୀ (୨୮) ତିନି ବର୍ଷ ତଳେ ବିବାହ କରିଥିଲେ । ମାତ୍ର ଗୟାଧର ନିଜର ପତ୍ନୀ ସହ କିଛିଦିନ ଭଲରେ ସମ୍ପର୍କ କଟିଲାପରେ ନିଜର ଶାଳୀ ଉପରେ ଲୋଲୁ ଦୃଷ୍ଟି ପଡିଥିଲା । ଜୋର ଜବରଦସ୍ତ ତାହା ସହ ଦୁଷ୍କର୍ମ କରିବା ପରେ ଏ ବିଷୟରେ କାହାକୁ କହିଲେ ତୋ ଭଉଣୀକୁ ମାରି ଦେବିବୋଲି ଧମକ ଦେଇଥିଲେ। ନିରୁପାୟ ହୋଇ ପିଡ଼ିତା ଶାଳୀ ଭୟରେ କହିନଥିଲେ । ତେବେ ବାରମ୍ବାର ଦୁଷ୍କର୍ମ କରିବା ନେଇ ପରିବାର ଲୋକଙ୍କୁ କହିବା ପରେ ଏ ନେଇ ଧୂସୁରି ଥାନାରେ ଅଭିଯୋଗ କରିଥିଲେ। ପରେ ଧୂସୁରି ଥାନାର କେଶ ନ୬୧/୨୨ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗୟାଧରକୁ ଗିରଫ କରାଯାଇଛି । ସୂଚନା ଥାଉକି ଗୟାଧର ତ୍ରିସ୍ତରୀୟ ନିର୍ବାଚନରେ ଦେହୁଡି ଆନନ୍ଦପୁର ପଞ୍ଚାୟତର ୧୨ ନମ୍ବର ୱାଡ଼ର୍‌ ଏକଜାତୀୟ ରାଜନୈତିକ ଦଳର ୱାଡ଼ସଭ୍ୟା ଭାବେ ନିର୍ବାଚନ ଲଡୁଛନ୍ତି ।

Get real time updates directly on you device, subscribe now.