ପାକିସ୍ତାନକୁ ଲଜ୍ଜା, ନିଜେ ଆୟୋଜକ ହୋଇ ଗୋଟେ ବି ମ୍ୟାଚ୍ ଜିତି ପାରିଲା ନାହିଁ

ରାଓ୍ୱଲପିଣ୍ଡି: ଅସ୍ତିତ୍ୱ ହରାଇଲା ପାକିସ୍ତାନ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ମାତ୍ର ୮ ଦିନ ଭିତରେ ଚାମ୍ପିଅନ୍ସ ଟ୍ରଫି ଯାତ୍ରାରୁ ପୁରା ବାଦ୍ ପଡିଗଲା। ୨୯ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଇଥିଲା ପାକିସ୍ତାନ।

ହେଲେ ଗୋଟେ ହେଲେ ବି ମ୍ୟାଚ୍ ଜିତିପାରିଲା ନାହିଁ ପାକିସ୍ତାନ। ଫଳରେ ମାତ୍ର ୮ ଦିନ ଭିତରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା। ଯାହା ପାକିସ୍ତାନ ପାଇଁ ଏକ ଲଜ୍ଜାର ବିଷୟ। ଏହାକୁ ଲଗେଇ ପାକିସ୍ତାନ ତୃତୀୟ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି।

ପାକିସ୍ତାନକୁ ଲଜ୍ଜା: ତେବେ ତୃତୀୟ ଥର ପାଇଁ ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି। ପୂର୍ବରୁ ଏହା ପୂର୍ବରୁ ପାକିସ୍ତାନ  ୨୦୨୩ରେ ଦିନିକିଆ ବିଶ୍ଵକପ୍ ଓ ୨୦୨୪ରେ ଟି-୨୦ ବିଶ୍ଵକପ୍ରେ ପ୍ରଥମ ରାଉଣ୍ଡରୁ ହିଁ ବାଦ୍ ପଡ଼ିଥିଲା।

ଆଉ ଏବେ ପାକିସ୍ତାନ ନିଜେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ମଧ୍ୟ ଏଥିରୁ ବାଦ୍ ପଡିଛି। ଯାହାକି ପାକିସ୍ତାନ ପାଇଁ ଏକ ଲଜ୍ଜାର ବିଷୟ। ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ  ବାଂଲାଦେଶ ନିଜର ପ୍ରଥମ ମ୍ୟାଚରେ ଭାରତଠୁ ପରାଜିତ ହୋଇଥିଲା। ଏହା ପରେ ଦ୍ଵିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡ ବାଂଲାଦେଶକୁ ୫ ଓ୍ଵିକେଟରେ ହରାଇଥିଲା। ଆଉ ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ  ବାତିଲ ହୋଇଛି।

ବାଦ୍ ପଡିଲା ପାକିସ୍ତାନ: ତେବେ ଶେଷ ଆଶା ପାକିସ୍ତାନ ଦଳ ଉପରେ କରିଥିଲେ ପାକିସ୍ତାନ ବାସି। ଯଦିଓ ଅହି ମ୍ୟାଚ୍ ଜିତିଥିଲେ ବି ପାକିସ୍ତାନକୁ କିଛି ବି ଫାଇଦା ମିଳି ନଥାନ୍ତା। ତଥାପି ନିଜ ଦେଶର କ୍ରିକେଟ୍ ପ୍ରେମୀଙ୍କ ମନକୁ ଟିକେ ତ ଆଶ୍ୱସ୍ତି ମିଳିଥାନ୍ତା।

ହେଲେ ସେତିକି ବି ଚାହୁଁନଥିଲେ ଭଗବାନ। ଆଉ ସେଥିପାଇଁ ରାୱଲପିଣ୍ଡିରେ ହେବାକୁ ଥିବା ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନବମ ମୁକାବିଲା ବର୍ଷା କାରଣରୁ ରଦ୍ଦ ହୋଇଛି। ଆଉ ପାକିସ୍ତାନ ଗୋଟେ ହେଲେ ବି ମ୍ୟାଚ୍ ନଜିତି ନିରାଶ ହୋଇଥିବା ବେଳେ, ବାଂଲାଦେଶ ବିଜୟ ଲାଭ କରିଛି।