fbpx

ଶାମିଙ୍କୁ ୩ ୱିକେଟ: ୱାର୍ମ ଅପ୍ ମ୍ୟାଚରେ ଭାରତ ସମ୍ମୁଖରେ ୧୮୯ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୱାର୍ମ ଅପ୍ ମୁକାବିଲାରେ ଭାରତ ସମ୍ମୁଖରେ ୧୮୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ । ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଇଂଲଣ୍ଡ ୫ ୱିକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ମହମ୍ମଦ ଶାମି ୪୦ ରନରେ ୩ଟି ୱିକେଟ ନେଇଥିବା ବେଳେ ଜନି ବେୟାରଷ୍ଟୋ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋସ ବଟଲର(୧୮) ଓ ଜାସନ ରୟ(୧୭) ୩୬ ରନ ଯୋଡିଥିଲେ । ଡାୱିଡ୍ ମଲାନ ୧୮ ରନ କରି ରାହୁଲ ଚହରଙ୍କ ଶିକାର ହୋଇଥିଲେ । ଲିଭିଙ୍ଗଷ୍ଟୋନ ୩୦ ରନ କରି ଶାମିଙ୍କ ତୃତୀୟ ଶିକାର ହୋଇଥିଲେ । ଶେଷ ଆଡକୁ ବେୟାରଷ୍ଟୋ ୩୬ ବଲରୁ ୪୯ ଏବଂ ମୋଇନ ଅଲୀ ୨୦ ବଲରୁ ୪୩ ରନ ସଂଗ୍ରହ କରିବାରୁ ଇଂଲଣ୍ଡ ୧୮୦ ଅତିକ୍ରମ କରିଥିଲା । ବେୟାରଷ୍ଟୋଙ୍କ ଇନିଂସରେ ୪ ଚୌକା ଓ ୧ ଛକା ସାମିଲ ଥିବା ବେଳେ ମୋଇନ ୪ ଚୌକା ଓ ୨ ଛକା ମାରିଥିଲେ । ମହମ୍ମଦ ଶାମି ୪୦ ରନରେ ୩ଟି ୱିକେଟ କରିଥିବା ବେଳେ ଜସପ୍ରୀତ ବୁମରା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.