fbpx
BSKY SKY
BSKY SKY

ତୁମ ଦିଦି ସକାଳୁ ଯୋଗ ଶିଖାଉଛନ୍ତି ଆଉ ଜିଜୁ ରାତିରେ… ଏମିତି ଟ୍ରୋଲ୍ ହେଉଛନ୍ତି ଶମିତା ଶେଟ୍ଟୀ

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ବିଭିନ୍ନ ଆପ୍ ଜରିଆରେ ସେସବୁ ପ୍ରଚାର ପ୍ରସାର କରିବା ଅଭିଯୋଗରେ ଫସିଛନ୍ତି ବ୍ୟବସାୟୀ ରାଜ କୁନ୍ଦ୍ରା । ଖାଲି ଏତିକି ନୁହେଁ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ସାମ୍ନା-ସାମ୍ନି ଜେରା କରିସାରିଛି କ୍ରାଇମ୍ ବ୍ରାଞ୍ଚ୍ । ତେବେ ବିପଦ ସମୟରେ ଶିଳ୍ପାଙ୍କ ଭୁଉଣୀ ଶମିତା ତାଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି । କିନ୍ତୁ ଏଥିପାଇଁ ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାକୁ ପଡ଼ିଛି । ୟୁଜର୍ସ ନାନା କଥା କହି ଶମିତାଙ୍କୁ ସମାଲୋଚନା କରୁଛନ୍ତି । ଏପରିକି ଜଣେ ୟୁଜର୍ସ ଲେଖିଛନ୍ତି ଯେ ତୁମ ଦିଦି ସକାଳୁ ଯୋଗ ଶିଖାଉଛନ୍ତି ଆଉ ଜିଜୁ ରାତିରେ ପୋଜ୍ ଶିଖାଉଛନ୍ତି…

ଶିଳ୍ପାଙ୍କ ଅଭିନୀତ ଫିଲ୍ମ ହଙ୍ଗାମା-୨ ଦେଖିବା ପାଇଁ ଶମିତା ଅପିଲ୍ କରି ଏକ ପୋଷ୍ଟ କରିଥିଲେ । ଏଥିସହ ଶିଳ୍ପାଙ୍କୁ ସେ ଆଶ୍ୱାସନା ଦେଇ ଲେଖିଥିଲେ ଯେ ଏଇ ବିପଦ ସମୟ ଟଳିଯିବ । ବ୍ୟସ୍ତ ହୁଅନି । ଶମିତା ଆହୁରି ଲେଖିଛନ୍ତି ଯେ- ଅଲ୍ ଦ ବେଷ୍ଟ ମାଇ ଡାର୍ଲିଂ ମୁଙ୍କି… ୧୪ ବର୍ଷ ପରେ ତୁମର ହଙ୍ଗାମା-୨ ଫିଲ୍ମ ରିଲିଜ୍ ହେଉଥିବାବେଳେ ତୁମେ ଓ ପୂରା ଟିମ୍ ଖୁବ୍ ପରିଶ୍ରମ କରିଥିବା ଅନୁଭବ କରିପାରୁଛି । ଆଇ ଲଭ୍ ୟୁ । ତୁମେ ବହୁତ କିଛି କରିଛ, ତେବେ ଜୀବନରେ ଦୁଃଖ ସୁଖ ଲାଗି ରହିଛି । ଏଭଳି କ୍ୟାପ୍ସନରେ ଶମିତା ଲେଖିଥିଲେ । କିନ୍ତୁ ଏଥିପାଇଁ ତାଙ୍କୁ ଟ୍ରୋଲ୍ ହେବାକୁ ପଡ଼ିବ ସେ କେବେ ଭାବିନଥିଲେ ।

Get real time updates directly on you device, subscribe now.