fbpx

କାରଗିଲ୍ ଯୁଦ୍ଧ ଇତିହାସର କାହାଣୀ ନେଇ ପରଦାକୁ ଆସୁଛି ‘ଶେରଶାହ’, କ୍ୟାପଟେନ ବିକ୍ରମ ବତ୍ରାଙ୍କ ସାହସିକତାକୁ ଦେଖିବେ ଦର୍ଶକ

ମୁମ୍ବାଇ: କାରଗିଲ୍ ଯୁଦ୍ଧ ଇତିହାସର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶେରଶାହ’କୁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ପରମବୀର ଚକ୍ରରେ ସମ୍ମାନିତ ଦିବଙ୍ଗତ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ । ତେବେ କାରଗିଲ ବିଜୟ ଦିବସକୁ ଦୃଷ୍ଟିରେ ରଖି ରବିବାର ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, କ୍ୟାପ୍ଟେନ ବିକ୍ରମ ବତ୍ରା ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିଛନ୍ତି । ଟ୍ରେଲରରେ କ୍ୟାପ୍ଟେନ ବତ୍ରାଙ୍କ ଭୂମିକା ଉପରେ ଗୁରୁତ୍ବ ଦିଆଯାଇଛି । ସିଦ୍ଧାର୍ଥଙ୍କ ଆକ୍ସନ ଅବତାର ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି। ଖାକି ପୋଷାକରେ ସିଦ୍ଧାର୍ଥ ଦେଶଭକ୍ତି ଭରା କହୁଥିବା ଡାଏଲଗ୍ କୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ କ୍ୟାପଟେନ ବିକ୍ରମ । ତାଙ୍କର ଏହି ବଳିଦାନର କାହାଣୀକୁ ନେଇ ଫିଲ୍ମକୁ ପ୍ରସ୍ତୁତ କରାଯାଇଛି। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ଶେରଶାହ’ ଆସନ୍ତା ଅଗଷ୍ଟ ୧୨ ତାରିଖରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡ଼ିଓରେ ମୁକ୍ତିଲାଭ କରିବ। ବିଷ୍ଣୁବର୍ଦ୍ଧନଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ଧର୍ମା ପ୍ରଡକ୍ସନ ଏବଂ କାସ୍ ଏଣ୍ଟରନେଟନମେଣ୍ଟ ବହନ କରିଛନ୍ତି । ଟ୍ରେଲର କୁ ଲୋକଙ୍କ ରୀଆକ୍ସନ ଖୁବ ଭଲ ମିଳିଛି ।

 

Get real time updates directly on you device, subscribe now.