fbpx

ସୁନା ହେଇଯିବ ଚାନୁଙ୍କ ରୌପ୍ୟ ପଦକ! ଏମିତି ନିର୍ଦ୍ଦେଶ ଦେଲା ଅଲିମ୍ପିକ କମିଟି

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିବା ଭାରୋତ୍ତଳିକା ମୀରାବାଇ ସାଇଖୋମ ଚାନୁଙ୍କ ପାଇଁ ଖୁସି ଖବରା । ଚାନୁଙ୍କ ରୌପ୍ୟ ସ୍ୱର୍ଣ୍ଣରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି । ଚୀନର ଝିହୁଇ ହୋ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ବର୍ତ୍ତମାନ ସେ ଆଣ୍ଟି ଡୋପିଂ ବିଭାଗର ସ୍କାନରରେ ଅଛନ୍ତି ।

ହୋ ୨୧୦ କିଗ୍ରାର ଭାରୋତ୍ତଳନ ସହିତ ନୂତନ ଅଲିମ୍ପିକ୍ସ ରେକର୍ଡ ମଧ୍ୟ ସ୍ଥାପନା କରିଛନ୍ତି । ଡୋପ୍ ଟେଷ୍ଟରେ ଯଦି ହୋ ବିଫଳ ହୁଅନ୍ତି ତେବେ ସ୍ୱୟଂକ୍ରିୟ ଭାବରେ ଚାନୁଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣରେ ପରିଣତ ହେବ । ହୋଙ୍କ ଡୋପ ଟେଷ୍ଟିଂକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ରହିଥିବାରୁ ଏହି ଫଳାଫଳ ଆସିବା ଯାଏଁ ଟୋକିଓରେ ଅପେକ୍ଷା କରିବାକୁ ଅଲିମ୍ପିକ୍ କମିଟି ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ୨୬ ତାରିଖରେ ଚାନୁ ଭାରତରେ ପହଞ୍ଚିଥାନ୍ତେ । ମାତ୍ର ଏହି ନୂତନ ନିର୍ଦ୍ଦେଶନାମା ପରେ ଚାନୁଙ୍କ ଭାରତ ଫେରିବା ବିଳମ୍ବିତ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.