fbpx

(Video) ରହସ୍ୟ ଘେରରେ ଶାଙ୍ଗ୍ରିଲା ଭ୍ୟାଲି… ଯିଏ ଥରେ ଯାଇଛି ଆଉ କେବେ ଫେରି ପାରିନି

କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଚାରିପଟେ ଏଭଳି କିଛି ଜିନିଷ ଅଛି ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । ହେଲେ ସମୁ କିଛି ଆମ ଜ୍ଞାତସାର ବାହାରେ । ବିଜ୍ଞାନ ଯୁଗରେ ନୂଆନୂଆ ଆବିଷ୍କାର ଆମକୁ ବିସ୍ମୟ କରି ଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର କ୍ଷମତା ରହିଛି । ତଥାପି ପ୍ରକୃତି ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁତ ରହସ୍ୟ ରହିଛି । ଆଜି ଆମେ ସେଇଭଳି ଏକ ରହସ୍ୟ କଥା କହିବାକୁ ଯାଉଛୁ । ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା ଟ୍ରାଙ୍ଗେଲ୍’ କୁହାଯାଏ । ଶାଙ୍ଗ୍ରିଲା ଭ୍ୟାଲି ଯାହାକି ଆଜି ଯାଏ ରହିଛି ରହସ୍ୟ ଘେରରେ  । ଶାଙ୍ଗ୍ରିଲା ଉପତ୍ୟକା ଏପରି ଏକ ସ୍ଥାନ ଯାହାର ରହସ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ  ।

ଭାରତ ଓ ଚୀନ ସୀମାନ୍ତରେ ରହିଛି ଏକ ରହସ୍ୟମୟ ଘାଟୀ । ସେଠାକୁ ଯିଏ ଥରେ ଯାଇଛି ଆଉ କେବେ ବି ଫେରିନି । ଶାଙ୍ଗ୍ରିଲା ଘାଟୀ ଭାବେ ଜଣାଶୁଣା ଏହି ଘାଟୀ ତିବ୍ଦତ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅବସ୍ଥିତ । ଖାସ୍ କରି ତନ୍ତ୍ରମନ୍ତ୍ରରେ ଏହି ଘାଟୀ କଥା ଉଲ୍ଲେଖ କରାଯାଇଛି । ବରମୁଡା ଟ୍ରାଙ୍ଗେଲ୍ ଭଳି ଏହି ଘାଟୀକୁ ମଧ୍ୟ ଦୁନିଆର ସବୁଠାରୁ ରହସ୍ୟମୟ ସ୍ଥାନ ଭାବେ ଗଣାଯାଏ । କୁହାଯାଏ ଯେ ଏହି ଘାଟୀର ସମ୍ପର୍କ ଅନ୍ୟ ଲୋକ ବା ଭୂତଲୋକ ସହ ରହିଛି । ଅରୁଣାଚଳ ପ୍ରଦେଶରେ ଥିବା ଏହି ଉପତ୍ୟକାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା ଟ୍ରାଙ୍ଗେଲ୍’ ମଧ୍ୟ କୁହାଯାଏ । ଏହି ଉପତ୍ୟକା ସହିତ ଜଡିତ ଅନେକ ଲୋକକଥା ଅଛି, ଯାହା ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି  । କୁହାଯାଏ ଯେ, ଶାଙ୍ଗ୍ରିଲା ଭ୍ୟାଲି କେହି ଗଲେ ସେଠାରୁ ସେ ଆଉ ଫେରି ଆସିପାରନ୍ତି ନାହିଁ । କୁହାଯାଏ ଯେ ଏହି ଉପତ୍ୟକାରେ ସମୟ ବନ୍ଦ ହୋଇଯାଏ । ଯେଉଁଥିପାଇଁ ବିମାନ ମଧ୍ୟ ଏହା ଉପରେ ଉଡ଼ିପାରେ ନାହିଁ । ଆହୁରି ମଧ୍ୟ କୁଯାହାଏ ଯେ, ଯଦି ଜଣେ ବ୍ୟକ୍ତି ଭୁଲରେ ମଧ୍ୟ ଏଠାକୁ ଯାଆନ୍ତି, ତେବେ ତାଙ୍କ ଫେରିବା ଅସମ୍ଭବ ହୋଇଯାଏ । ତିବ୍ଦତୀ ଭାଷାରେ ଲିଖିତ ପୁସ୍ତକ ‘କାଳ ବିଜ୍ଞାନ’ରେ ମଧ୍ୟ ଏହି ଶାଙ୍ଗ୍ରିଲା ଭ୍ୟାଲି ବିଷୟରେ ବର୍ଣ୍ଣନା କରାଯାଇଛି ।

ପୁସ୍ତକରେ ଲିଖିତ ଅଛି ଯେ ଦୁନିଆର ପ୍ରତ୍ୟେକ ଜିନିଷ ସ୍ଥାନ ଓ ସମୟ ସହ ଅନୁବନ୍ଧିତ । କିନ୍ତୁ ଏହି ଘାଟୀରେ ସମୟ ବା କାଳର କୌଣସି ପ୍ରଭାବ ପଡ଼େ ନାହିଁ । ଏଠାରେ ପ୍ରାଣ, ମନର ବିଚାର ଶକ୍ତି, ଶାରୀରିକ କ୍ଷମତା ଏବଂ ମାନସିକ ଚେତନା ବହୁତ ଅଧିକ ବଢ଼ିଯାଏ । ଏହି ସ୍ଥାନକୁ ପୃଥିବୀର ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟ କୁହାଯାଏ । ତାନ୍ତ୍ରିକମାନେ ଏହି ସ୍ଥାନକୁ ତନ୍ତ୍ରସାଧନା କରିବାକୁ ଆସିଥାନ୍ତି । ଏଠାରେ କୌଣସି ଶବ୍ଦ ଶୁଭେ ନାହିଁ ବୋଲି କୁହାଯାଏ । ଅନେକ ବିଶେଷଜ୍ଞ ମଧ୍ୟ ଏହି ରହସ୍ୟମୟ ଉପତ୍ୟକାକୁ ଆମେରିକାର ପୂର୍ବ ଉପକୂଳରେ ଅବସ୍ଥିତ ବରମୁଡ଼ା ଟ୍ରାଇଙ୍ଗଲ ସହିତ ତୁଳନା କରନ୍ତି ।

Get real time updates directly on you device, subscribe now.