fbpx

୧୦ ଦିନ ପରେ ଶନି ମାର୍ଗୀ: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ…

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଅଢ଼େଇ ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହାରି ମଧ୍ୟରେ ଶନି ନିଜ ଚଳନରେ ପରିବର୍ତ୍ତନ କରିଥାନ୍ତି । ଚଳିତ ବର୍ଷ ଶନିଙ୍କ ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଛି । ଏପ୍ରିଲରେ ଶନି ରାଶି ପରିବର୍ତ୍ତନ କରିଥିଲେ, ଏହାପରେ ଜୁଲାଇରେ ବକ୍ରି ହୋଇଥିଲେ ଏବଂ ଏବେ ୨୩ ଅକ୍ଟୋବର ଧନତେରସ ଦିନ ଶନି ମାର୍ଗି ହେବାକୁ ଯାଉଛନ୍ତି । ଶନି ଚଳନରେ ପରିବର୍ତ୍ତନ ସବୁ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ତେବେ ଧନତେରସ ଦିନ ଶନିଙ୍କ ଚଳନରେ ପରିବର୍ତ୍ତନ ବହୁତ ଅଧିକ ମହତ୍ୱପୂର୍ଣ୍ଣ ହୋଇଛି । ଏହା ସହ ଶନି ଏହି ସମୟରେ ନିଜ ରାଶି ମକରରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଧନତେରସରେ ମାର୍ଗୀ ହେଉଥିବା ଶନି କେଉଁ ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟକୁ ଚମକାଇବାକୁ ଯାଉଛନ୍ତି ।

ମେଷ ରାଶି: ଶନିଙ୍କ ମାର୍ଗୀ ହେବା ମେଷ ରାଶିଙ୍କ ପାଇଁ ଭଲ ଦିନ ଆଣିବ । ସେମାନଙ୍କୁ ପ୍ରତିଟି କ୍ଷେତ୍ରରେ ଲାଭ ମିଳିବ । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ମିଳିବ । ସବୁକାମ ସଫଳତାପୂର୍ବକ ହେବ । ମାନ-ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ବଢ଼ିବ । ଚାକିରି କରୁଥିବା ଲୋକଙ୍କ ଉନ୍ନତି ଏବଂ ଲାଭ ମିଳିବ ।

ତୁଳା ରାଶି: ତୁଳା ରାଶି ଜାତକ ପାଇଁ ଶୁଭ ଫଳ ସହ ଆସ୍ତନ୍ତା ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଲାଭ ହେବ । ଲାଗିରହିଥିବା ଅସୁବିଧା ସମାପ୍ତ ହେବ । ବିବାଦରୁ ମୁକ୍ତି ମିଳିବ । ପରିବାରରେ ଯେଉଁ ଅସୁବିଧା ଥିଲା ତାହା ଦୂର ହେବ । ଧନ ଲାଭ ହେବ ।

ଧନୁ ରାଶି: ଧନୁ ରାଶି ଜାତକ ପାଇଁ ଶନିଙ୍କ ଚଳନ ଖୁସି ଆଣିଦେବ । ଧନ ଲାଭ ହେବ, ପୁରୁଣା କରଜରୁ ମୁକ୍ତି ମିଳିବ । ଅଟକି ରହିଥିବା କାମ ପୂରା ହେବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ସମ୍ମାନ ମିଳିବ । ଯେଉଁ ଲୋକଙ୍କ ଲଭ ମ୍ୟାରେଜରେ ବାଧା ଆସୁଥିଲା, ଏବେ ତାହା ଦୂର ହେବ ।

ମୀନ ରାଶି: ମୀନ ରାଶି ଜାତକଙ୍କୁ ଧନତେରସରେ ଶନିଙ୍କ ମାର୍ଗୀ ଖୁବ୍ ଲାଭ ଦେବ । ରୋଗରୁ ମୁକ୍ତି ମିଳିବ । ଚିନ୍ତା ଦୂର ହେବ । ପ୍ରମୋଶନ ମିଳିପାରେ, ବ୍ୟବସାୟରେ ଲାଭ ହେବ । ଆୟ ମଧ୍ୟ ବଢ଼ିବ ।

Get real time updates directly on you device, subscribe now.