fbpx
BJD
BJD SKY
BJD SKY

ନିଜର ନୂଆ ଦଳ ଲାଗି ନାମ ଓ ଚିହ୍ନର ପ୍ରସ୍ତାବ ରଖିଲେ ଶରଦ ପାୱାର, ‘ଚା’ କପ୍‌’ ସହିତ ରଖିଲେ ଏହିସବୁ ପ୍ରସ୍ତାବ

BJD

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଅଜିତ ପାୱାରଙ୍କ ନେତୃତ୍ୱରେ ପରିଚାଳିତ ଦଳକୁ ଅସଲ ଏନସିପି ଆଖ୍ୟା ଦେଇଛନ୍ତି । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପରେ ବୁଧବାର ଶରଦ ପାୱାର ନୂଆ ଦଳ ଲାଗି ନାମ ଓ ନିର୍ବାଚନ ଚିହ୍ନ ପ୍ରସ୍ତାବ ରଖିଛନ୍ତି ।

ମିଳିଥିବା ସୂତ୍ର ଅନୁସାରେ ଏନସିପିର ନେତୃତ୍ୱ ଗଲା ପରେ ଏବେ ଶରଦ ପାୱାର ଚା’ କପ୍ ଧରିପାରନ୍ତି । ଚା’ କପ୍ ବ୍ୟତିତ ସୂର୍ଯ୍ୟମୁଖୀ ଫୁଲ କିମ୍ବା ଉଦିତ ସୂର୍ଯ୍ୟ ନିଜ ନିର୍ବାଚନୀ ଚିହ୍ନ ରଖିବାକୁ ପ୍ରସ୍ତାବ ରଖିଛନ୍ତି । ସେହିପରି ନାମ ଦୃଷ୍ଟିରୁ ଦେଖିଲେ ଶରଦ ପାୱାର କଂଗ୍ରେସ, ମି ରାଷ୍ଟ୍ରବାଦୀ କିମ୍ବା ଶରଦ ସ୍ୱାଭିମାନୀ ପକ୍ଷ ନାମରେ ୩ ବିକଳ୍ପ ପ୍ରସ୍ତାବ ରଖିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ନିର୍ବାଚନ କମିଶନ ଶରଦ ପାୱାରଙ୍କ ଦଳକୁ ନିଜର ନୂଆ ନାମ ଓ ନିର୍ବାଚନୀ ଚିହ୍ନ ସ୍ଥିର କରିବାକୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ ।

ଅନ୍ୟପକ୍ଷରେ ଅଜିତ ପାୱାରଙ୍କ ନେତୃତ୍ୱରେ ପରିଚାଳିତ ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଆମେ ଖୁସି କି ନିର୍ବାଚନ ଆୟୋଗ ଆମକୁ ମାନ୍ୟତା ଦେଇଛନ୍ତି । ୬ ମାସର ଅନିଶ୍ଚୟତା ପରେ ଆମକୁ ଦଳର ନାମ ଓ ଚିହ୍ନ ମିଳିଛି । ଶିବସେନାର ଦୁଇ ଭାଗ ସହ ଆମର ତୁଳନା ଭୁଲ୍ ଅଟେ । ଏଠାରେ ସୂଚାଇ ଦିଆଯାଇପାରେ କି ମଙ୍ଗଳବାର ଶରଦ ପାୱାରଙ୍କ ଗୋଷ୍ଠୀକୁ ଝଟକା ଦେଇ ଅଜିତ ଗୋଷ୍ଠୀକୁ ହିଁ ଅସଲ ଏନସିପି କହିଥିଲେ । ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ସହିତ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଏନସିପି ଚିହ୍ନ ବ୍ୟବହାର କରିବାକୁ ଅଧିକାର ଦିଆଯାଇଛି ।

Get real time updates directly on you device, subscribe now.