fbpx

ସେୟାର ମାର୍କେଟରେ ରେକର୍ଡ: ପ୍ରଥମଥର ୬୬ହଜାର ପାର ହେଲା Sensex

Advertisement

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଆଜି ଏକ ନୂଆ ଇତିହାସ ସୃଷ୍ଠି ହୋଇଛି । ଏଥିରେ ବିଏସଇ ସେନସେକ୍ସ ୬୬ହଜାର ଅତିକ୍ରମ କରିଛି । ତେବେ ଭାରତରେ ପ୍ରଥମ ଥର ପାଇଁ ସେନସେକ୍ସ ୬୬ହଜାର ପାର କରି ରେକର୍ଡ ସୃଷ୍ଠି କରିଛି । ସେହିପରି ଏନଏସଇ ନିଫ୍ଟ ମଧ୍ୟ ୧୯୫୦୦ ପାର କରିଛି ।

ଆଜି ସେୟାର ବଜାର ଅଭିବୃଦ୍ଧିରେ ମୁକେଶ ଅମ୍ବାନୀଙ୍କ ରିଲିୟାନ୍ସ ଇଣ୍ଡଷ୍ଟ୍ରିଜ,HDFC ବ୍ୟାଙ୍କ ଆଗରେ ଅଛି । ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ସେୟାର ୧୪ ପଏଣ୍ଟରୁ ଅଧିକ ହୋଇ ୨୭୮୧ ଟଙ୍କା ପାର କରିଛି । ସେହିପରି HDFC ବ୍ୟାଙ୍କ ସେୟାରରେ ମଧ୍ୟ ଜୋରଦାର ଅଭିବୃଦ୍ଧି ଘଟି ୧୬୫୦.୪୦ ଟଙ୍କାରେ ପହଞ୍ଚିଛି ।

ତେବେ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଆଗକୁ ସେୟାର ବଜାରର ଅଭିବୃଦ୍ଧି ଆହୁରି ବଢିପାରେ । ଆଇଆଇଏଫଏଲର ଉପସଭାପତି ଅନୁଜ ଗୁପ୍ତା ଦେଇଥିବା ସୂଚନା ଅନୁସାରେ ଯେଉଁଭଳି ଭାବରେ ସେୟାର ବଜାରର ଅଭିବୃଦ୍ଧି ଘଟୁଛି ଏହା ଆଗକୁ ମଧ୍ୟ ଆହୁରି ବଢିପାରେ । ଏହା ସହ ଆଗାମୀ ୧୫ ଦିନ ମଧ୍ୟରେ ସେନସେକ୍ସ ୭୦ ହଜାର ଅତିକ୍ରମ କରିପାରେ । ଗୁପ୍ତାଙ୍କ ଅନୁଯାୟୀ, ବଜାର ଅଭିବୃଦ୍ଧିର ଅନେକ କାରଣ ଅଛି ଓ ଏହା ଭାରତୀୟ ଅର୍ଥନୀତି ପାଇଁ ଭଲ ଅଟେ ।

ଏବେ ଭାରତୀୟ ବଜାରରେ ବିଦେଶୀ ନିବେଶକମାନଙ୍କ ଭରସା ବଢୁଛି । ଯାହାଫଳରେ ଭାରତୀୟ ବଜାରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି । ରିଲିୟାନ୍ସ ଇଣ୍ଡଷ୍ଟ୍ରିଜ ଓ HDFC ବ୍ୟାଙ୍କ ବ୍ୟତୀତ ଟାଟା ସ୍ଟିଲ୍, ଟାଟା ମୋଟର୍ସ, ବାଜାଜ ଫାଇନାନ୍ସ, ଅଚସିଏଲ ଟେକ , ଏସବିଆଇ, ଏଚୟୁଏଲ ର ମଧ୍ୟ ସେୟାର ବଜାରରେ ଅଭିବୃଦ୍ଧି ଘଟିଛିି ।

Get real time updates directly on you device, subscribe now.