ଆସିଲା ଟ୍ରେଲର, ଦିଲ ଦୋହଲାଇବ ‘ଶର୍ମା ଜୀ କି ବେଟି’

ଓଡିଶା ଭାସ୍କର: ଭାରତର ସବୁଠାରୁ ଲୋକପ୍ରିୟ ଓଟିଟି ପ୍ଲାଟ ଫର୍ମ ପ୍ରାଇମ୍ ଭିଡିଓରେ ରିଲିଜ ହୋଇଛି ସ୍ଲାଇସ୍ ଅଫ୍ ଲାଇଫ କମେଡି ଫିଲ୍ମ ‘ଶର୍ମା ଜୀ କି ବେଟି’ର ଜବରଦସ୍ତ ଟ୍ରେଲରା ତାହିରା କଶ୍ୟପ ଖୁରାନା ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତିା ‘ଶର୍ମା ଜୀ କି ବେଟି’ ଫିଲ୍ମକୁ ଅପ୍ଲାସ ଇଣ୍ଟରଟେଣ୍ଟମେଣ୍ଟ ତିଆରି କରିଥିବାବେଳେ ଏଥିରେ ପ୍ରଡକ୍ସନ କାମ କରିଛି ଏଲିପ୍ଲିସ ଇଣ୍ଟରଟେଣ୍ଟମେଣ୍ଟା ନିର୍ଦ୍ଦେଶକ ନିଜେ ସିନେମାର କାହାଣୀ ରଚନା କରିଛନ୍ତିା

ଏହି ସିନେମାରେ ସାକ୍ଷୀ ତମ୍ବର, ଦିବ୍ୟା ଦତ୍ତା, ସୈୟମୀ ଖେର ମୁଖ୍ୟ ଭୂମିକାରେ ନଜର ଆସିବୋ ତାଙ୍କୁ ସାଥ ଦେବା ପାଇଁ ‘ଶର୍ମା ଜୀ କି ବେଟି’ ସିନେମାରେ ବଂଶିକା ତପାରିଆ, ଅରିସ୍ତା ମେହତା, ଶରିବ ହାସମୀ ତଥା ପରୱିନ ଡବାସ ପ୍ରମୁଖ ଅଭିନୟ କରୁଛନ୍ତିା ସିନେମାଟି ଆମାଜନ ପ୍ରାଇମ୍‌ରେ ୨୮ ତାରିଖରେ ରିଲିଜ ହେବା ସିନେମାରେ ଅଲଗା ଅଲଗା ପରିବାରରୁ ଆସିଥିବା ମଧ୍ୟବର୍ଗୀୟ ମହିଳାଙ୍କ ଭିନ୍ନ ଭିନ୍ନ ପିଢିର ରୋଚକ କଥାକୁ କମେଡି ମାଧ୍ୟମରେ ଦର୍ଶାଯାଇଛିା ସେମାନଙ୍କ ଆଶା, ଆକାଂକ୍ଷା, ସମ୍ଭାବନା ତଥା ସହଭାଗିତା ଓ ବୁଝାମଣାରେ ‘ଶର୍ମା ଜୀ କି ବେଟି’ ଅଧିକ ସୁନ୍ଦର ଲାଗୁଛିା ଏହି ସିନେମାର ଟ୍ରେଲରକୁ ଆମାଜନ ପ୍ରାଇମ୍ ‘ଏକ୍ସ’ରେ ଲଞ୍ଚ କରିଛିା ଏହାର କ୍ୟାପସନରେ ଲେଖାଯାଇଛି, ‘ପାଚ୍ ୱାପସ୍ ମେ ଗୁନ୍ଥି ଜିନ୍ଦଗିୟାଁ, ସଶକ୍ତ ମହିଳାଏଁ, ନିୟତି ସେ ବନ୍ଧି ପାଚ୍ ଖୁବସୁରତ କାହାନିୟାଁ’