fbpx

କେମିତି ହେଲା ମାନସଙ୍କ ହତ୍ୟା? ଡେମୋ ବେଳେ କାନ୍ଦି କାନ୍ଦି କହିଲେ ଶର୍ମିଷ୍ଠା, ସାମ୍ନାକୁ ଆସିଲା Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଏହା ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ଶର୍ମିଷ୍ଠାଙ୍କର ସିନ୍ ରିକ୍ରିଏସନ୍ ହୋଇଥିଲା । ମାନସଙ୍କୁ କେମିତି ହତ୍ୟା କରିଥିଲେ ବୋଲି କାନ୍ଦି କାନ୍ଦି କହିଥିଲେ ଶର୍ମିଷ୍ଠା । ଦୟାଲ ଆଶ୍ରମରେ ପ୍ରାୟ ୧୫ ମିନିଟ୍ ଧରି ସିନ ରିକ୍ରିଏସନ୍ ହୋଇଥିଲା । ସିନ୍ ରିକ୍ରିଏସନ୍ ପରେ ପୁଣି ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ ।

ତେବେ କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କୁ ଚାନ୍ଦବାଲିରୁ ଦୟାଲ ଆଶ୍ରମକୁ ଆଣିଥିଲା । ମାନସଙ୍କୁ ରଖିଥିବା ରୁମ୍ ଦେଖାଇବା ବେଳେ ସେ କାନ୍ଦି ପକାଇଥିଲେ । ଦୟାଲ ଆଶ୍ରମରେ ମର୍ଡର ସିନ୍ ଡେମୋ ଦେଖାଇଥିଲେ ଶର୍ମିଷ୍ଠା । ଏହା ପୂର୍ବରୁ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ ଶର୍ମିଷ୍ଠାଙ୍କୁ ନେଇ ପଳାସପୁର ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ ।ଅଳ୍ପ ସମୟରେ ସିନ୍ ରିକ୍ରିଏସନ୍ ସାରି ଫେରିଆସିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ଧରି ସେଠାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ସେଠାକୁ ଯାଇଥିବା ଅଭିଯୁକ୍ତମାନେ ହେଉଛନ୍ତି-ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ । ଲୋକଙ୍କୁ ଭିଡ ଯୋଗୁଁ ଅଳ୍ପ ସମୟରେ ସରିଗଲା କ୍ରାଇମ ସିନ୍ ରିକ୍ରିଏସନ୍ । ଦେଖନ୍ତୁ ଦୟାଲ ଆଶ୍ରମରେ ଶର୍ମିଷ୍ଠାଙ୍କ ଭିଡିଓ…

Get real time updates directly on you device, subscribe now.