fbpx

ଫାଇନାଲ ପାଇଁ କେଉଁ ଦଳ ପାଇବ ଟିକେଟ?: ଶାସ୍ତ୍ରୀ ଦେଲେ ଏହି ବୟାନ

ନୂଆଦିଲ୍ଲୀ: ପ୍ରଥମ କ୍ୱାଲିଫାୟାରରେ ରାଜସ୍ଥାନକୁ ହରାଇ ଫାଇନାଲ ଟିକେଟ ହାସଲ କରିସାରିଛି ଗୁଜୁରାଟ ଟାଇଟନ୍ସ । ଏବେ ଦ୍ୱିତୀୟ ଫାଇନାଲିଷ୍ଟ ପାଇଁ ଲଢିବେ ଦୁଇ ରୋୟଲ । ଗୋଟିଏ ପଟେ ରାଜସ୍ଥାନ ରୋୟଲ୍ସ ଏବଂ ଅନ୍ୟ ପଟେ ଯୁୁଦ୍ଧ ମଇଦାନକୁ ଓହ୍ଲାଇବ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଉଭୟଙ୍କ ମଧ୍ୟରେ ଏକ ଘମାଘୋଟ ଯୁଦ୍ଧ ହେବାର ଆଶା କରିଛନ୍ତି କ୍ରିକେଟପ୍ରେମୀ । ତେବେ କିଏ ପାଇନାଲ ପାଇଁ ହାସଲ କରିବ ଟିକେଟ ସେ ନେଇ ମୁହଁ ଖୋଲିଛନ୍ତି ରବି ଶାସ୍ତ୍ରୀ ।

IPL 2022: Ravi Shastri Hails Rohit Sharma For His Attitude And Intent In The Last Game

ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ କହିବା ଅନୁସାରେ, ଏହି ମ୍ୟାଚ ଖୁବ ରୋମାଞ୍ଚକର ହେବାକୁ ଯାଉଛି । ବାଙ୍ଗାଲୋର ୧୪ ବର୍ଷରୁ ଖାଲି ହାତ ଥିବା ବେଳେ ରାଜସ୍ଥାନ ମଧ୍ୟ ୧୩ ବଷ ତଳେ ପ୍ରଥମ ସିଜନରେ ଏକମାତ୍ର ଟାଇଟଲ ହାସଲ କରିଥିଲା । ତେବେ ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରି ଟ୍ରଫି ନିଜର କରିବ।।କୁ ଚେଷ୍ଟା କରିବେ । ଚଳିତ ସିଜନରେ ଉଭୟ ଦଳ ଖୁବ ସୁନ୍ଦର ପ୍ରଦର୍ଶନ କରିଛନ୍ତି ।

RR vs RCB Playing XI IPL 2022: राजस्थान को हराने के लिए बैंगलोर करेगी बदलाव? जानिए क्या हो सकती है दोनों टीमों की प्लेइंग इलेवन | TV9 Bharatvarsh

ତେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରୀମ ସ୍ମିଥଙ୍କ କହିବା ଅନୁସାରେ, ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ରାଜସ୍ଥାନ ଉପରେ ସାମାନ୍ୟ ଚାପ ରହିବ । ଗୁଜୁରାଟ ବିପକ୍ଷରେ ମ୍ୟାଚ ହାରି ବାଙ୍ଗାଲୋରକୁ ଭେଟିବାକୁ ଯାଉଛି ରାଜସ୍ତାନ । ସେପଟେ ବାଙ୍ଗାଲୋର ଏଲିମିନେଟର ମ୍ୟାଚରେ ବିଜୟ ହାସଲ କରି ଫାଇନାଲ ପାଇଁ ପାଦ ଆଗକୁ ବଢାଇଛି ।

Get real time updates directly on you device, subscribe now.