fbpx

ମୋଦୀ ସରକାର @ ୮: ଜାଣନ୍ତୁ କିପରି ସବଳ ହୋଇଛି ଦେଶର ବିଦେଶ ନୀତି

ନୂଆଦିଲ୍ଲୀ: ଦେଶରେ ମୋଦୀ ସରକାରଙ୍କୁ ୮ ବର୍ଷ ପୂରିଛି । ଆଉ ମୋଦୀଙ୍କ ଏହି ୮ ବର୍ଷର ନେତୃତ୍ୱକୁ ପ୍ରଶଂସା ମଧ୍ୟ ମିଳୁଛି । ମୋଦୀ ସରକାରଙ୍କ ବିଭିନ୍ନ ପଲିସି ଏବଂ ପଦକ୍ଷେପ କିପରି ଦେଶରେ ଅନେକ ପରିବର୍ତ୍ତନ ଆଣିଛି ସେନେଇ ଚର୍ଚ୍ଚା ହେଉଛି । ବିଜେପିର କହିବା ଅନୂଯାୟୀ ବର୍ତ୍ତମାନ ଅନେକ ଦେଶ ଭାରତ ସହ ସହଭାଗିତାରେ କାମ କରୁଛନ୍ତି । ମୋଦୀ ବର୍ତ୍ତମାନ ସବୁଠୁ ଲୋକପ୍ରିୟ ହୋଇଛନ୍ତି । ବିଶ୍ୱର ବଡ଼ ବଡ଼ ନେତାଙ୍କ ମଧ୍ୟରୁ ଜଣେ ହୋଇଛନ୍ତି ନରେନ୍ଦ୍ର ମୋଦୀ । ବିଶେଷଜ୍ଞଙ୍କ ଅନୂଯାୟୀ ବିଶ୍ୱର ସବୁ ଦେଶମାନଙ୍କ ସହ ବନ୍ଧୁତ୍ୱର ସଂପର୍କ ନେଇ ମୋଦୀଙ୍କ ଭିଜନ୍ ଆଗାମୀ ଭବିଷ୍ୟତରେ ଭଲ ଫଳାଫଳ ଆଣିବ । ତେବେ ଆସନ୍ତୁ ଜାଣିବା ଏହି ୮ ବର୍ଷରେ କିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଦେଶ ନୀତିରେ ଉନ୍ନତି ହୋଇଛି ।

–              ମୋଦୀ ସରକାରଙ୍କ ନେତୃ୍ତ୍ୱରେ ଭାରତର ବିଦେଶ ନୀତି ଆଖିଦୃଶିଆ ଉନ୍ନତି କରିଛି । କ୍ଷମତାକୁ ଆସିବା ପରଠାରୁ ଦେଶର ସ୍ୱାର୍ଥ ସହ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ଦେଶର ବୈଦେଶିକ ନୀତିକୁ ଏକାଠି ରଖିଛନ୍ତି । ଏହ ସହ ସେ ମଧ୍ୟ ପୂର୍ବ ଦେଶମାନଙ୍କ ସହ ମଧ୍ୟ ବନ୍ଧୁତ୍ୱ ସଂପର୍କ ଆଣିବାରେ ସଫଳ ହୋଇଛନ୍ତି । ମୋଦୀଙ୍କ ବିଦେଶୀ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ବିଶ୍ୱ ସ୍ତରରେ ପ୍ରଶଂସା ମିଳିଥିଲା ।

–              ମୋଦୀଙ୍କ ଫରେନ ପଲିସି ସଫଳତାର ଆଉ ଏକ ଉଦାହରଣ ହେଉଛି ଚାଇନା ଏବଂ ଭାରତ ମଧ୍ୟରେ ଚାଲୁଥିବା ବୁଝାମଣା । ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ଆତଙ୍କବାଦଠାରୁ ଦେଶର ସୁରକ୍ଷାର ବଳିଷ୍ଠ ଉଦାହରଣ ଦେଇଥିଲେ । ବାଲାକୋଟ ଏୟାରଷ୍ଟ୍ରାଇକ କରି ଭାରତ ସମଗ୍ର ବିଶ୍ୱକୁ ଦେଖାଇଥିଲା ଯେ ଭାରତ ଆଉ ପୂର୍ବଭଳି ହୋଇନାହିଁ ଯେ ବସିରହିବ । ୨୦୧୮ରେ ପ୍ରଧାନମନ୍ତ୍ରୀ ଚାଇନାର ରାଷ୍ଟ୍ରପତି ଜି ଜିନ୍ ପିଙ୍ଗଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ବେଶ୍ ଗୁରୁତ୍ୱ ରହିଥିଲା ।

–              ୟୁକ୍ରେନ ଯୁଦ୍ଧ ସମୟରେ ଭାରତର ବୈଦେଶିକ ନୀତିକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ରହିଥିଲା । ଯୁଦ୍ଧକୁ ନେଇ ଭାରତ ପାଇଁ ପାଶ୍ଚାତ୍ୟ ଦେଶମାନଙ୍କ ମତଭେଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଆରମ୍ଭରେ ୟୁରୋପରେ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଫ୍ରାନ୍ସ, ଡେନମାର୍କ ଏବଂ ଜର୍ମାନୀର ନେତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଗସ୍ତ  ବହୁ ଅସୁବିଧାକୁ ଦୂର କରିବାରେ ସହାୟକ ହୋଇଛି ।

–              ସେହିପରି କରୋନା ଭାଇରସ ମହାମାରୀର ସଂକ୍ରମଣ ସମୟରେ ଭାରତର ପଦକ୍ଷେପ, କରୋନା ଟିକା ଏବଂ ଚିକିତ୍ସାକୁ ନେଇ ବିଶ୍ୱ ସ୍ତରରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.