fbpx

ଅଧାରୁ ଛାଡ଼ିଥିଲେ ପଢା.. ୮୪ ବର୍ଷ ବୟସରେ ହାସଲ କଲେ ଡିଗ୍ରୀ

AAKASH

ନୂଆଦିଲ୍ଲୀ: ପଢିବାର ବୟସ ସୀମା ନଥାଏ, ଏହା ତ ସମସ୍ତେ ଜାଣନ୍ତି । କିଛି ଶିଖିବାକୁ ଇଚ୍ଛା ଥିଲେ ମଣିଷର ବୟସ କେବେ ବାଧା ସୃଷ୍ଟି କରିପାରେ ନାହିଁ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୮୪ ବର୍ଷିୟ ମହିଳା । ୬୦-୬୫ ବର୍ଷରୁ ବାକି ରହି ଯାଇଥିବା ଗ୍ରାଜୁଏସନ ଡିଗ୍ରୀକୁ ପୂରା କରି ଦେଖାଇଛନ୍ତି ବେଟି ସାଣ୍ଡିସନ ।

ଯେଉଁ ବୟସରେ ଲୋକଙ୍କ ସ୍ମରଣ ଶକ୍ତି କମ ହୋଇଯାଏ, ସେହି ସମୟରେ ବେଟି ମହାବିଦ୍ୟାଳୟରୁ ନିଜ ଗ୍ରାଜୁଏସନ ଡିଗ୍ରୀ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଆମେରିକାର ମାଇନସୋଟାରେ ରହୁଥିବା ବେଟି ୬୦-୬୫ ବର୍ଷ ପୂର୍ବେ ବିଶ୍ୱବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ । ୧୯୫୫ ମସିହାରେ ତାଙ୍କ ଅଞ୍ଚଳର ସେ କେବଳ ଜଣେ ମହିଳା ଥିଲେ ଯିଏ କି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଥିଲେ । କିନ୍ତୁ ସମୟର ସ୍ରୋତରେ ତାଙ୍କୁ ପାଠ ପଢା ଛାଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ପଡ଼ିଥିଲା ।

୩୦ବର୍ଷ ଯାଏଁ ଜଣେ ନର୍ସ ଭାବରେ ଚାକିରୀ କରି ନିଜ ପାଠପଢା କଥା ଭୁଲି ଯାଇଥିଲେ ବେଟି । କିନ୍ତୁ ଚାକିରୀରୁ ଅବସର ଗ୍ରହଣ କରିବା ପରେ ୨୦୧୮ ମସିହାରେ ପୁଣି ଥରେ ସେ ପଢା ଆରମ୍ଭ କରିଥିଲେ । ତେବେ ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଯୋଗୁଁ ୮୪ବର୍ଷ ବୟସରେ ବି ସେ ନିଜର ଡିଗ୍ରୀ ହାସଲ କରିଛନ୍ତି । ଏହି ଡିଗ୍ରୀ ହାସଲ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତିି ବେଟି ସାଣ୍ଡିସନ ।

Get real time updates directly on you device, subscribe now.