fbpx
BSKY
BJD YOUTH SKY
BJD MS SKY

ଆସନ୍ତା ଜୁନ୍ ମାସ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ପାଣିପାଗ ବିଭାଗର ଆକଳନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳ ଛୁଇଁଛି ମୌସୁମୀ । ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିଲା । ତେବେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି ।

ତେବେ ଏହା ମଧ୍ୟରେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଓ କେରଳର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇ ଉଠିଛି । ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତର-ପୂର୍ବ ବଙ୍ଗୋପସାଗର, ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ମୌସୁମୀ ସକ୍ରିୟ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଗତକାଲି ଓଡ଼ିଶାର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା । ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ଆଜି କାଳବୈଶାଖୀ ପ୍ରଭାବରେ ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେରାପୁଟ, ନବରଙ୍ଗପୁର, କନ୍ଧମାଳରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

Get real time updates directly on you device, subscribe now.