fbpx

(Video) She is Available at 150 Rupees… ବିଦେଶୀ ମହିଳା ପର୍ଯ୍ୟଟକଙ୍କ ରେଟ୍ କହୁଛନ୍ତି ଇନଷ୍ଟାଗ୍ରାମ ୟୁଜର

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ରିଲ୍ସ ବାହାନାରେ ବିଦେଶୀ ମହିଳା ପର୍ଯ୍ୟଟକଙ୍କ ସହ ଅସଦାଚରଣ କରୁଛନ୍ତି ଯୁବକ । ଏ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି । ଯୁବକ ଜଣକ ଇନଷ୍ଟାଗ୍ରାମ ୟୁଜର ବୋଲି ନିଜକୁ ପରିଚୟ ଦେବା ସହିତ ରିଲ୍ସ କରୁଥିବା ସେ ସଫେଇ ଦେଇଛନ୍ତି । ଏହି ଭିଡିଓରେ ୟୁଜର ଜଣକ ବିଦେଶୀ ପର୍ଯ୍ୟଟକ ମହିଳାମାନଙ୍କ ମୂଲ୍ୟାଙ୍କନ କରୁଥିବାର ଦେଖାଯାଇଛି । ବିଦେଶୀନୀ ପର୍ଯ୍ୟଟକମାନଙ୍କୁ ହସି ହସି ଖରାପ ଭାଷାରେ ବ୍ୟବହାର କରିବା ସହ ସେମାନେ ୧୫୦, ୨୦୦ ଏବଂ ୫୦୦ ଟଙ୍କାରେ ମିଳୁଥିବା ଭିଡିଓରେ କହିଛନ୍ତି । ଏହାକୁ ନେଇ ଜୟପୁର ପୋଲିସ ନିକଟରେ ଏକ ଅଭିଯୋଗ ପରେ ଯୁବକକୁ ଗିରଫ କରିବା ପାଇଁ ଦାବି ହୋଇଛି ।

ଜଣେ ଟ୍ୱିଟର ୟୁଜର ଏହି ଭିଡିଓ ସେୟାର କରି ଯୁବକକର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି ଯେ, ଏଭଳି ଲୋକମାନଙ୍କ ପାଇଁ ବିଦେଶୀ ପର୍ଯ୍ୟଟକମାନଙ୍କ ଦୃଷ୍ଟିରେ ଭାରତ ପ୍ରତି ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି । ମହିଳା ପର୍ଯ୍ୟଟକମାନଙ୍କୁ ଅସଦାଚରଣ କରୁଥିବା ଏହି ଯୁବକକୁ ଜୟପୁର ପୋଲିସ ଗିରଫ ଉଚିତ୍ । ଏହାସହିତ ଯୁବକକୁ ସାମାଜିକ ଜ୍ଞାନ ଏବଂ ‘ଅତିଥି ଦେବୋ ଭବଃ’ର ଅର୍ଥ ବୁଝାଇ ଦେବା ପାଇଁ ସେ ନିବେଦନ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଗୁରୁ ନାମକ ଏହି ଯୁବକ ୪ ଜଣ ଅଜଣା ମହିଳା ପର୍ଯ୍ୟଟକଙ୍କ ପାଖକୁ ଯାଇ ସେମାନଙ୍କୁ ମୂଲ୍ୟାଙ୍କନ କରୁଥିବାର ଦେଖାଯାଇଛି । ପ୍ରଥମ ମହିଳାଙ୍କୁ ଇଙ୍ଗିତ କରି ସେ କହିଛି ଯେ, ଏହି ମହିଳା ୧୫୦ ଟଙ୍କାରେ ଉପଲବ୍ଧ, ଦ୍ୱିତୀୟ ମହିଳାଙ୍କୁ ୨୦୦, ତୃତୀୟ ମହିଳା ୫୦୦ ଏବଂ ଚତୁର୍ଥ ମହିଳା ୩୦୦ ଟଙ୍କାରେ ମିଳୁଥିବା କହି ଭିଡିଓ ରେକର୍ଡ କରିଛି । ତେବେ ଗୁରୁକୁ ପର୍ଯ୍ୟଟକମାନେ ଜାଣି ନଥିବା ବେଳେ ସେମାନଙ୍କ ମୁହଁରେ ଏହା ସ୍ପଷ୍ଟ ବାରି ହେଉଛି । କିନ୍ତୁ ଗୁରୁ ମୋବାଇଲରେ ଭିଡିଓ କରୁଥିବାର ଦେଖି ସେ ମଧ୍ୟ ହାତ ହଲାଇ ଦେଇଛନ୍ତି ।

ଅନ୍ୟ ଏକ ଭିଡିଓରେ ଜଣେ ମହିଳାଙ୍କୁ ନିଜ ପତ୍ନୀ ବୋଲି କହିବା ସହ ମହିଳାଙ୍କ ସ୍ୱାମୀଙ୍କୁ ଗୁରୁ ନିଜ ସଳା(ପତ୍ନୀଙ୍କ ଭାଇ) ବୋଲି କହି ଭିଡିଓ ଅପଲୋଡ କରିଛି । ଏଭଳି ଅନେକ ଭିଡିଓରେ ଗୁରୁ ଏଭଳି ପର୍ଯ୍ୟଟକମାନଙ୍କୁ ଅସଦାଚରଣ କରୁଥିବାର ଦେଖାଯାଇଛି । ଇନଷ୍ଟାଗ୍ରାମ ରିଲ୍ ନାଁରେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଏହିପରି ଭାବରେ ହଇରାଣ କରୁଥିବା ନେଇ ଗୁରୁ ବିରୋଧରେ ଅଭିଯୋଗ କରାଯାଇଛି । ଟ୍ୱିଟର ପୋଷ୍ଟରେ ଜୟପୁର ପୋଲିସକୁ ଟ୍ୟାଗ କରି ଗୁରୁକୁ ଗିରଫ କରିବା ପାଇଁ ଦାବି କରାଯାଇଛି । ତେବେ ଗୁରୁ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଉଚ୍ଚ କର୍ତ୍ତୃପକ୍ଷଙ୍କ ତରଫରୁ ନିର୍ଦ୍ଦେଶ ମିଳିଥିବା ଜୟପୁର ପୋଲିସ ସୂଚନା ଦେଇଛି ।

 

Get real time updates directly on you device, subscribe now.