fbpx

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ଗୁଆହାଟିରେ ପହଞ୍ଚିଲେ ୪୦ ବିଦ୍ରୋହୀ ବିଧାୟକ, ବିମାନବନ୍ଦରରେ ରିସିଭ୍ କଲେ ବିଜେପି ସାଂସଦ!

ନୁଆଦିଲ୍ଲୀ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ରାଜନୈତିକ ହଟଚମଟ ସୁରତ ହୋଇ ଗୁଆହାଟିରେ ପହଞ୍ଚିଛି। ବିଦ୍ରୋହ ପରେ ଶିବସେନାର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି। ତେବେ ଏହା ମଧ୍ୟରେ ସିନ୍ଧେ ଏବଂ ତାଙ୍କର ସହଯୋଗୀ ବିଧାୟକ ସକାଳୁ ସକାଳୁ ଯାଇ ଗୁଆହାଟିରେ ପହଞ୍ଚିଛନ୍ତି। ସିନ୍ଧେ ଦାବି କରିଛନ୍ତି ଯେ, ତାଙ୍କ ସହିତ ୪୦ ବିଧାୟକଙ୍କ ସର୍ମଥନ ରହିଛି। ଯେଉଁଥିରୁ ୩୪ ଶିବସେନା ଏବଂ ୬ ନିର୍ଦଳୀୟ ଏବଂ ଅନ୍ୟ ଦଳର ଅଟନ୍ତି। ୪୦ ବିଧାୟକ ଏକ ସ୍ୱତନ୍ତ୍ର ବିମାନରେ ଯାଇ ଗୁଆହାଟିରେ ପହଞ୍ଚିଛନ୍ତି।

ଗୋଟିଏ ପଟେ ମହାରଷ୍ଟ୍ରରେ ଗଠବନ୍ଧନ ସରକାରକୁ ବିଜେପି ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟରେ ଗୁଆହାଟିରେ ତେଜପୁର ପାଲାବ ଲୋଚାନ ଦାସ ବିଜେପି ସାଂସଦ ଏହି ବିଧାୟକମାନଙ୍କୁ ଗ୍ରହଣ କରିବା ପାଇଁ ଗୁଆହାଟୀରେ ପହଞ୍ଚିଥିଲେ। ବିଧାୟକଙ୍କ ଆଗମନ ପୂର୍ବରୁ ପାଲାବ ଲୋଚାନ୍ ଦାସଙ୍କୁ ବିମାନବନ୍ଦରରେ ଦେଖାଯାଇଥିଲା। ତେବେ ସେ ଗଣମାଧ୍ୟମ ସହ କଥା ହୋଇନଥିଲେ।

ସେ ବିମାନବନ୍ଦରର ଭିଆଇପି ପ୍ରବେଶ ଦ୍ୱାର ଭିତରକୁ ଯାଇଥିଲେ। କୁହାଯାଉଛି ଯେ ସେ ରାଜ୍ୟ ସରକାରଙ୍କ ତରଫରୁ ବିଧାୟକ ଗ୍ରହଣ କରିବାକୁ ସେ ବିମାନବନ୍ଦରରେ ପହଞ୍ଚିଛନ୍ତି। ତଥାପି, ଏହି ସୂଚନା ସୁତ୍ରରୁ ଗ୍ରହଣ କରାଯାଇଛି। ଏହାର କୌଣସି ନିଶ୍ଚିତତା ନାହିଁ।

ଏହି ବିଦ୍ରୋହୀ ବିଧାୟକଙ୍କ ଆଣିବା ପାଇଁ ୩ ବସ୍ ଏୟାରପୋର୍ଟରେ ପହଞ୍ଚିଥିଲା। ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ଏହା ଯେ, ଏହି ବସ୍ ଗୁଡ଼ିକ ଆସାମ ପରିବହନ ବିଭାଗର ଅଟେ। ଏହା ସହିତ ରାଜ୍ୟ ସରକାରଙ୍କ ଅନେକ ବିଧାୟକ ସେମାନଙ୍କୁ ଗ୍ରହଣ କରିବାକୁ ଏୟାରପୋର୍ଟରେ ପହଞ୍ଚିଥିଲେ। ବିଧାୟକମାନେ ଏୟାରପୋର୍ଟ ପାଖ “ରେଡିସନ୍ ବ୍ଲ୍ୟୁ’ ହୋଟେଲରେ ରହଣୀ କରିବେ।

 

Get real time updates directly on you device, subscribe now.